ଓଡିଶା

odisha

ETV Bharat / sports

କ୍ୟାପଟେନ ରାନୀ ୱାର୍ଲ୍ଡ ଗେମ ଆଥଲେଟ ଅଫ ଦି ଇୟର - Rani Rampal Athlete of the Year

ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ 'ୱାର୍ଲ୍ଡ ଗେମ ଆଥଲେଟ ଅଫ ଦି ଇୟର-2019' ପାଇଁ ମନୋନୀତ ହୋଇଛନ୍ତି ।

World Games Athlete of the Year
ୱାର୍ଲ୍ଡ ଗେମ ଆଥଲେଟ ଅଫ ଦି ଇୟର

By

Published : Jan 10, 2020, 3:18 PM IST

ନୂଆଦିଲ୍ଲୀ: ଭାରତୀୟ ହକି ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତୀୟ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ 'ୱାର୍ଲ୍ଡ ଗେମ ଆଥଲେଟ ଅଫ ଦି ଇୟର-2019' ପାଇଁ ମନୋନୀତ ହୋଇଛନ୍ତି । ଏହି ସମ୍ମାନଜନକ ସମ୍ମାନ ଅନ୍ତର୍ଜାତୀୟ ହକି ଫେଡେରେସନ(FIH) ପକ୍ଷରୁ ପ୍ରଦାନ କରାଯିବ । ରାନୀ ଏକମାତ୍ର ଭାରତୀୟ ଖେଳାଳି ଭାବେ 'ୱାର୍ଲ୍ଡ ଗେମ ଆଥଲେଟ ଅଫ ଦି ଇୟର 2019ରେ ସ୍ଥାନ ପାଇଛନ୍ତି । ଏହାପରେ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜ୍ଜୁ ଟ୍ବିଟର ଜରିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋ ସୌଜନ୍ୟ: twitter@KirenRijiju

25 କ୍ରୀଡାବିତଙ୍କୁ ଭିନ୍ନଭିନ୍ନ କ୍ରୀଡାକ୍ଷେତ୍ରରେ ସେମାନଙ୍କ ଅନ୍ତର୍ଜାତୀୟ ଫେଡେରେସନ ଚୟନ କରିଥିଲା । ସେଥିମଧ୍ୟରୁ ହକିର ସର୍ବୋଚ୍ଚ ପରିଷଦ FIH ଭାରତୀୟ ମହିଳି ଟିମ କ୍ୟାପଟେନ ରାନୀଙ୍କୁ ଚୟନ କରିଛି । ଖେଳାଳିଙ୍କ ପ୍ରଦର୍ଶନ, ଖେଳପ୍ରତି ସମ୍ମାନ, ଖେଳୁଆଡ ମନୋଭାବ, ସାମାଜିକ ପ୍ରତିବଦ୍ଧତା ଓ ଉତ୍ତମ ବ୍ୟବହାର ପାଇଁ ରାନୀଙ୍କ ସପକ୍ଷରେ ଭୋଟ ମିଳିଛି ।

ଭାରତୀୟ ମହିଳା ହକି ଟିମ ଟୋକିଓ ଅଲମ୍ପିକ ଯୋଗ୍ୟତା ଅର୍ଜନ କରିବା ନେଇ ଆଶଙ୍କା ଦେଖାଦେଇଥିଲା । ମାତ୍ର ମ୍ୟାଚର ଶେଷ ଭାଗରେ ରାନୀ ଅବିଶ୍ବସନୀୟ ଗୋଲ କରିଥିଲେ । ଫଳରେ ଭାରତ ଟୋକିଓ ଅଲମ୍ପିକ୍ସ 2020 ପାଇଁ ଯୋଗ୍ୟତା ଅର୍ଜନ କରିଥିଲା ।

ABOUT THE AUTHOR

...view details