ହାଇଦ୍ରାବାଦ:ବଦଳିଲା 'ରାଜୀବ ଗାନ୍ଧୀ ଖେଳରତ୍ନ' ପୁରସ୍କାରର ନାମ । ଏଣିକି 'ଧ୍ୟାନଚାନ୍ଦ ଖେଳରତ୍ନ' ପୁରସ୍କାର ନାମରେ ଦେଶର ଏହି ସର୍ବୋଚ୍ଚ କ୍ରୀଡା ସମ୍ମାନ ନାମିତ ହେବ । କ୍ରୀଡାକ୍ଷେତ୍ରରେ ବର୍ଷ ତମାମ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଟ୍ବିଟ ଯୋଗେଁ ଘୋଷଣା କରିଛନ୍ତି ।
ହକିରେ ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନ ଏଯାବତ ୩ଜଣ ଖେଳାଳିଙ୍କୁ ମିଳିଛି । ବର୍ଷ ୧୯୯୧ରେ ପ୍ରଥମ କରି ଏହି ପୁରସ୍କାର ଦିଆଯିବା ଆରମ୍ଭ ହୋଇଥିଲା । ୧୯୯୯-୨୦୦୦ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଭେଟେରାନ ହକି ଖେଳାଳି ଧନରାଜ ପିଲେ(Dhanraj Pillay)ଙ୍କୁ ସର୍ବପ୍ରଥମେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ହକି ଖେଳାଳିଙ୍କୁ ଖେଳରତ୍ନ ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିଥିଲା । ବର୍ଷ ୨୦୧୭ରେ ସରଦାର ସିଂହଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନରେ ସମ୍ମାନିତ କରାଯାଇଥିଲା ।