ନୂଆଦିଲ୍ଲୀ: ମହାନ ଭାରତୀୟ ହକି ଖେଳାଳି ବଲବୀର ସିଂହଙ୍କ ମୃତ୍ୟୁରେ କ୍ରୀଡାଜଗତରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ହକି କିମ୍ବଦନ୍ତୀ ବଲବୀର ସିଂହଙ୍କ ଦେହାନ୍ତ, ପ୍ରଧାନମନ୍ତ୍ରୀଙ୍କ ଶୋକ - ବଲବୀର ସିଂହଙ୍କ ମୃତ୍ୟୁ
ମହାନ ଭାରତୀୟ ହକି ଖେଳାଳି ବଲବୀର ସିଂହଙ୍କ ମୃତ୍ୟୁରେ କ୍ରୀଡାଜଗତରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।
ହକି କିମ୍ବଦନ୍ତୀ ବଲବୀର ସିଂହଙ୍କ ଦେହାନ୍ତ, ପ୍ରଧାନମନ୍ତ୍ରୀଙ୍କ ଶୋକ
ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟରେ ଲେଖିଛନ୍ତି, ସ୍ମରଣୀୟ କ୍ରୀଡା ପ୍ରଦର୍ଶନ ପାଇଁ ସର୍ବଦା ଭାରତୀୟଙ୍କ ହୃଦୟରେ ରହିବେ ପଦ୍ମଶ୍ରୀ ବଲବୀର ସିଂହ । ଭାରତ ପାଇଁ ସେ ଅନେକ ଗୌରବ ଆଣିଦେଇଛନ୍ତି ।
ଜଣେ ଶ୍ରେଷ୍ଠ ହକି ଖେଳାଳି ଓ ଜଣେ ମହାନ ନେତୃତ୍ବଙ୍କୁ ଭାରତ ହରାଇଲା । ଏଥିସହିତ ପ୍ରଧାନମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରବର୍ଗକୁ ସାନ୍ତ୍ବନା ପ୍ରଦାନ କରିଛନ୍ତି ।