ନୂଆଦିଲ୍ଲୀ:ହକିଖେଳାଳି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ମିଳିଲା ଅର୍ଜୁନ ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଟୋକିଓ ଅଲମ୍ପିକ୍ସ ୨୦୨୦ରେ ଐତିହାସିକ ବ୍ରୋଞ୍ଜ ପଦକ ବିଜେତା ହକି ଟିମ ଇଣ୍ଡିଆର ସଦସ୍ୟ ରହିଛନ୍ତି ଉଭୟ ଅମିତ ଓ ବିରେନ୍ଦ୍ର ।
ଅନ୍ୟପଟେ ପାରାବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତଙ୍କୁ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟୋକିଓ ପାରାଲମ୍ପିକ୍ସ ୨୦୨୦ରେ ଐତିହାସିକ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ ପ୍ରମୋଦ ।
ମୋଟ ୧୨ଜଣ କ୍ରୀଡାବିତ୍ଙ୍କୁ ଖେଳରତ୍ନ ପ୍ରଦାନ କରାଯାଇଛି- ନୀରଜ ଚୋପ୍ରା(ଆଥଲେଟିକ୍ସ), ରବି ଦହିୟା(କୁସ୍ତି), ଲଭଲିନା ବୋର୍ଗୋହେନ(ବକ୍ସିଂ), ପିଆର ଶ୍ରୀଜେଶ(ହକି), ଅବନୀ ରେଖାରା(ପାରା-ସୁଟିଂ), ସୁମିତ ଅଣ୍ଟିଲ(ପାରା-ଅଥଲେଟିକ୍ସ), ପ୍ରମୋଦ ଭଗତ (ପାରା-ବ୍ୟାଡ୍ମିଣ୍ଟନ), କ୍ରୀଷ୍ଣା ନାଗର(ପାରା-ବ୍ୟାଡ୍ମିଣ୍ଟନ), ମନୀଷ ନରୱାଲ(ପାରା-ସୁଟିଂ), ମିତାଲି ରାଜ(କ୍ରିକେଟ), ସୁନୀଲ ଛେତ୍ରୀ(ଫୁଟବଲ୍) ଓ ମନପ୍ରୀତ ସିଂହ(ହକି) ।