ଓଡିଶା

odisha

ETV Bharat / sports

ରବିବାର ଭୁବନେଶ୍ବର ଆସିବ ଅଲମ୍ପିକ ବ୍ରୋଞ୍ଜ ବିଜେତା ହକି ଟିମ ଇଣ୍ଡିଆ - ଏସିଆନ ଚମ୍ପିଆନ୍ସ ଟ୍ରଫି

ରବିବାର ଭୁବନେଶ୍ବର ଆସିବେ ଅଲମ୍ପିକ ବ୍ରୋଞ୍ଜ ବିଜେତା ପୁରୁଷ ହକି ଟିମ ଇଣ୍ଡିଆର ଷ୍ଟାର ଖେଳାଳି । ନ୍ୟାସନାଲ କୋଚିଂ କ୍ୟାମ୍ପ୍‌ ପାଇଁ ରବିବାର ଟିମ ଭୁବନେଶ୍ବରରେ ପହଞ୍ଚିବା ନେଇ ସୂଚୀ ରହିଛି । ଅଧିକ ପଢନ୍ତୁ...

Players from Olympic bronze medal-winning Indian hockey team to arrive in Bhubaneswar on Sunday
ରବିବାର ଭୁବନେଶ୍ବର ଆସିବ ଅଲମ୍ପିକ ବ୍ରୋଞ୍ଜ ବିଜେତା ହକି ଟିମ ଇଣ୍ଡିଆ

By

Published : Nov 13, 2021, 3:54 PM IST

ଭୁବନେଶ୍ବର: ରବିବାର ଭୁବନେଶ୍ବର ଆସିବେ ଅଲମ୍ପିକ ବ୍ରୋଞ୍ଜ ବିଜେତା ପୁରୁଷ ହକି ଟିମ ଇଣ୍ଡିଆର ଷ୍ଟାର ଖେଳାଳି । ନ୍ୟାସନାଲ କୋଚିଂ କ୍ୟାମ୍ପ୍‌ ପାଇଁ ରବିବାର ଟିମ ଭୁବନେଶ୍ବରରେ ପହଞ୍ଚିବା ନେଇ ସୂଚୀ ରହିଛି ।

ବାଂଲାଦେଶ ଢାକାରେ ହେବାକୁ ଥିବା ଏସିଆନ ଚମ୍ପିଆନ୍ସ ଟ୍ରଫି ପାଇଁ ପ୍ରସ୍ତୁତି କରିବ ମନପ୍ରୀତ ବାହିନୀ । ବୁଧବାର ଠାରୁ କୋଚିଂ କ୍ୟାମ୍ପ୍‌ ଆରମ୍ଭ ହେବ ।

୩୦ ଜଣିଆ ପୁରୁଷ ହକି ସମ୍ଭାବ୍ୟ ମୁଖ୍ୟ ଗ୍ରୁପ୍‌ ଡିସେମ୍ବର ୯ ପର୍ଯ୍ୟନ୍ତ ଭୁବନେଶ୍ବରରେ ରହିବ । ତେବେ ଗ୍ରୁପରେ ଥିବା ମନପ୍ରୀତ ସିଂହ ଓ ପିଆର ଶ୍ରୀଜେଶଙ୍କୁ ଶନିବାର ନୂଆଦିଲ୍ଲୀରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଆୱାର୍ଡ ମିଳିବ ।

ସେହିପରି ଗ୍ରୁପ୍‌ରେ ଥିବା ହରମନପ୍ରୀତ ସିଂହ, ଦିଲପ୍ରୀତ ସିଂହ, ଅମିତ ରୋହିଦାସ, ସୁରିନ୍ଦର କୁମାର, ନିଳକଣ୍ଠ ଶର୍ମା, ସୁମିତ, ହାର୍ଦ୍ଦିକ ସିଂହ, ସିମ୍ରନଜିତ ସିଂହ, ଗୁରଜାନ୍ତ ସିଂହ, ମନଦୀପ ସିଂହ, ସମସେର ସିଂହ, ଲଳିତ କୁମାର ଉପାଧ୍ୟାୟ, ବରୁଣ କୁମାରଙ୍କୁ ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ପ୍ରଦର୍ଶନ ପାଇଁ ଅର୍ଜୁନ ଆୱାର୍ଡ ମିଳିବ ।

ଅର୍ଜୁନ ଆୱାର୍ଡ ଉତ୍ସବ ପାଇଁ ନୂଆଦିଲ୍ଲୀରେ ଥିବା ବିବେକ ସାଗର ପ୍ରସାଦ ଡିସେମ୍ବର ୫ରେ ସିନିୟର ପୁରୁଷ କ୍ୟାମ୍ପ୍‌ରେ ସାମିଲ ହେବେ । FIH ଓଡିଶା ହକି ଜୁନିଅର ବିଶ୍ବକପ ଅଭିଯାନ ଶେଷ ପରେ ସିନିୟର ଟିମରେ ଯୋଗଦେବ ବିବେକ ।

ଏସିଆନ ଚମ୍ପିଆନ୍ସ ଟ୍ରଫି ଡିସେମ୍ବର ୧୪ରୁ ୨୨ ପର୍ଯ୍ୟନ୍ତ ବାଂଲାଦେଶରେ ଅନୁଷ୍ଠିତ ହେବ । ଡିଫେଣ୍ଡିଂ ଚମ୍ପିଆନ ଭାରତ, ପାକିସ୍ତାନ, ଆୟୋଜକ ବାଂଲାଦେଶ ସମେତ ଜାପାନ, କୋରିଆ ଓ ମାଲସିୟା ଆକ୍ସନରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details