ଓଡିଶା

odisha

ETV Bharat / sports

ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବାକୁ ଚାହୁଁଛି ପାକିସ୍ତାନ ହକି ମହାସଂଘ - ଏଫଆଇଏଚର 47 ତମ କଂଗ୍ରେସ କାର୍ଯ୍ୟକ୍ରମ

ଦିଲ୍ଲୀରେ ହେବାକୁ ଥିବା ଏଫଆଇଏଚର 47 ତମ କଂଗ୍ରେସ କାର୍ଯ୍ୟକ୍ରମରେ ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କର ସୁଧାରିବା ନେଇ ପାକିସ୍ତାନ ଉଠାଇବା ବୋଲି ଏହାର ଜଣେ ଅଧିକାରୀ କହିଛନ୍ତି । ଅଧିକ ପଢନ୍ତୁ...

Pakistan Hockey Federation wants to improve bilateral relations with India
ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ସୁଧାରିବା ପାଇଁ ଚାହୁଁଛି ପାକିସ୍ତାନ ହକି ମହାସଂଘ

By

Published : Apr 5, 2021, 1:46 PM IST

ଇସଲାମାବାଦ: ଘୋର ଆର୍ଥିକ ଅବସ୍ଥାରେ ପଡିଛି ପାକିସ୍ତାନ ହକି ମହାସଂଘ । ଆସନ୍ତା ମାସରେ ଦିଲ୍ଲୀରେ ହେବାକୁ ଥିବା ଏଫଆଇଏଚର 47 ତମ କଂଗ୍ରେସ କାର୍ଯ୍ୟକ୍ରମରେ ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କର ସୁଧାରିବା ନେଇ ପାକିସ୍ତାନ ଉଠାଇବା ବୋଲି ଏହାର ଜଣେ ଅଧିକାରୀ କହିଛନ୍ତି ।

ଦିଲ୍ଲୀରେ ଏଫଆଇଏଚର ବୈଠକ ଆସନ୍ତା ମେ 19 ରୁ 23 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ଏହି ବୈଠକରେ ଏଫଆଇଏଚର ଆଗାମୀ ଚାରି ବର୍ଷ ପାଇଁ ଅଧ୍ୟକ୍ଷ ସମେତ ଅନ୍ୟାନ୍ୟ ବୋର୍ଡ ସଦସ୍ୟ ନିର୍ବାଚିତ ହେବେ । ଏହି ବୈଠକରେ ପାକିସ୍ତାନ ହକି ମହାସଂଘ ଭାରତ ସହ ଦ୍ବିପାକ୍ଷିକ ହିକ ଖେଳିବା ପାଇଁ ଚର୍ଚ୍ଚା କରାଯିବ ବୋଲି କହିଛନ୍ତି । ଏହା ଦ୍ବାରା ଦୁଇ ଦେଶର ହକି ପ୍ରେମୀ ତଥା ଖେଳାଳି ମାନଙ୍କୁ ଫାଇଦା ମିଳିବ ।

ଏହି ବୈଠକରେ ପାକିସ୍ତାନ ହକି ମହାସଂଘର ଅଧ୍ୟକ୍ଷ ବ୍ରିଗେଡିଅର ଖାଲିଦ ସଜ୍ଜାଦ ଓ ସଚିବ ଆସିଫ ବାଜୱା ସାମିଲ ହେବା ନେଇ ଭିସା ଆବେଦନ କରିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ଏକ ଦଶନ୍ଧି ହୋଇଛି କୌଣସି ଦ୍ବିପାକ୍ଷିକ ସିରିଜ ଖେଳାଯାଇନାହିଁ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details