ଓଡିଶା

odisha

ETV Bharat / sports

ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌ଙ୍କ ଟୋକିଓ ଗସ୍ତ - ଟୋକିଓ

17 ଅଗଷ୍ଟରୁ ଆରମ୍ଭ ହେବ ଅଲମ୍ପିକ ଟେଷ୍ଟ ପ୍ରତିଯୋଗିତା । ଭାରତୀୟ ଉଭୟ ପୁରୁଷ ଓ ମହିଳା ହକି ଟିମ୍‌ ଚଳିତବର୍ଷ ଅଲମ୍ପିକ କ୍ବାଲିଫାଇଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । 17 ଅଗଷ୍ଟ ଦିନ ଭାରତୀୟ ମହିଳା ହକି ଦଳ ଜାପାନକୁ ଭେଟିବ । ସେହିପରି ଭାରତୀୟ ପୁରୁଷ ଦଳ ମାଲେସିଆ ବିପକ୍ଷରେ ଖେଳିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Aug 11, 2019, 8:48 PM IST

ବେଙ୍ଗାଲୁରୁ: ଟୋକିଓରେ 17 ଅଗଷ୍ଟରୁ ଆରମ୍ଭ ହେବ ଅଲମ୍ପିକ ଟେଷ୍ଟ ପ୍ରତିଯୋଗିତା । ଏଥିପାଇଁ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌ ଟୋକିଓକୁ ଉଡାଣ ଭରିଛନ୍ତି । ଉଭୟ ପୁରୁଷ ଓ ମହିଳା ଟିମ୍‌ ଚଳିତବର୍ଷ ଅଲମ୍ପିକ କ୍ବାଲିଫାଇଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheHockeyIndia

ଭାରତୀୟ ମହିଳା ହକି ଦଳ ଅଷ୍ଟ୍ରେଲିଆ, ଚୀନ ଓ ଜାପାନ ବିପକ୍ଷରେ ଖେଳିବ । ଅନ୍ୟପକ୍ଷରେ ପୁରୁଷ ହକି ଦଳ ଜାପାନ, ନ୍ୟୁଜିଲାଣ୍ଡ ଓ ମାଲେସିଆ ସହ ମୁହାଁମୁହିଁ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheHockeyIndia

ଭାରତୀୟ ପୁରୁଷ ଟିମର ଅଧିନାୟକ ହରମନପ୍ରୀତ ସିଂ କହିଛନ୍ତି ଯେ, ଆଶା କରୁଛି ଯୁବ ଖେଳାଳୀଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖାସ୍‌ ରହିବ । କାରଣ ଅଲମ୍ପିକ କ୍ବାଲିଫାୟରଙ୍କ ନଜର ଆମମାନଙ୍କ ଉପରେ ରହିବ ।

ଏଥିସହ ସେ କହିଛନ୍ତି ଯେ, ଟେଷ୍ଟ ପ୍ରତିଯୋଗିତାରେ ଟିମକୁ ଟୋକିଓର ପରିସ୍ଥିତିକୁ ବୁଝିବାକୁ ସମୟ ମିଳିବ । କାରଣ ଆଗାମୀ ଅଲମ୍ପିକ ଟୋକିଓରେ ଅନୁଷ୍ଠିତ ହେବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheHockeyIndia

ମହିଳା ଟିମର ଅଧିନାୟକ ରାନୀ କହିଛନ୍ତି ଯେ, ଟିମର ଲକ୍ଷ୍ୟ ଅଷ୍ଟ୍ରେଲିଆକୁ ମାତ୍‌ ଦେବା । ପ୍ରାୟ ବର୍ଷେ ହେବ ଜାପାନ ଓ ଚୀନ ବିପକ୍ଷରେ ଆମ ଦଳ ଭଲ ପ୍ରଦର୍ଶନ କରୁଛି ।

ଟୋକିଓ ଅଲମ୍ପିକ ଟେଷ୍ଟ ଇଭେଣ୍ଟ ସୂଚୀ:-


ଶନିବାର, 17 ଅଗଷ୍ଟ

  • ଭାରତ(ମହିଳା) ବନାମ ଜାପାନ(ମହିଳା)-ସକାଳ 8.15
  • ଭାରତ(ପୁରୁଷ) ବନାମ ମଲେସିଆ(ପୁରୁଷ)- ଦିନ 3ଟା

ରବିବାର,18 ଅଗଷ୍ଟ

  • ଭାରତ(ମହିଳା) ବନାମ ଅଷ୍ଟ୍ରେଲିଆ(ମହିଳା)-ସକାଳ 6ଟା
  • ଭାରତ(ପୁରୁଷ) ବନାମ ନ୍ୟୁଜିଲାଣ୍ଡ(ପୁରୁଷ)- ଦିନ 3ଟା30

ମଙ୍ଗଳବାର, 20 ଅଗଷ୍ଟ

  • ଭାରତ(ମହିଳା) ବନାମ ଚୀନ(ମହିଳା)-ସନ୍ଧ୍ୟା 4ଟା15
  • ଭାରତ(ପୁରୁଷ) ବନାମ ମଲେସିଆ(ପୁରୁଷ)- ସକାଳ 8ଟା 15

ବୁଧବାର, 21ଅଗଷ୍ଟ

  • ପୁରୁଷ -ପୁଲରେ 3ୟ ସ୍ଥାନ ବନାମ ପୁଲରେ 4ର୍ଥ ସ୍ଥାନ- ସକାଳ 6ଟା
  • ପୁରୁଷ -ପୁଲରେ1ମ ସ୍ଥାନ ବନାମ ପୁଲରେ 2ୟ ସ୍ଥାନ-ସକାଳ 8.30
  • ମହିଳା-ପୁଲରେ 3ୟ ସ୍ଥାନ ବନାମ ପୁଲରେ 4ର୍ଥ ସ୍ଥାନ- ସକାଳ 6ଟା
  • ମହିଳା -ପୁଲରେ1ମ ସ୍ଥାନ ବନାମ ପୁଲରେ 2ୟ ସ୍ଥାନ-ସକାଳ 8.30

ABOUT THE AUTHOR

...view details