ଓଡିଶା

odisha

ETV Bharat / sports

ଟୋକିଓ ଅଲମ୍ପିକ ଟେଷ୍ଟ: ମାଲେସିଆ ବିପକ୍ଷରେ ମୈଦାନକୁ ଓହ୍ଲାଇବ ହରମନପ୍ରୀତ ବାହିନୀ - ମାଲେସିଆ ବନାମ ଭାରତ

ଟୋକିଓ ଅଲମ୍ପିକ ଟେଷ୍ଟ ଇଭେଣ୍ଟରେ ଆଜି ଭାରତୀୟ ମହିଳା ଦଳର ଦମ୍‌ଦାର ପ୍ରଦର୍ଶନ ପରେ ବିପକ୍ଷ ଦଳକୁ ମାତ୍‌ ଦେବା ପାଇଁ ପୁରୁଷ ଦଳ ମୈଦାନକୁ ଓହ୍ଲାଇବ। ଅଧିନାୟକ ମନପ୍ରୀତ ସିଂଙ୍କ ଅନୁପସ୍ଥିତିରେ ଡିଫେଣ୍ଡର ହରମନପ୍ରୀତ ସିଂ ଦଳର ନେତୃତ୍ବ ନେବେ।

ଡିଜାଇନ ଫଟୋ

By

Published : Aug 17, 2019, 1:31 PM IST

ହାଇଦ୍ରାବାଦ: ଶନିବାର ଠାରୁ ଆରମ୍ଭ ହୋଇଯାଇଚି ଟୋକିଓ ଅଲମ୍ପିକ ଟେଷ୍ଟ ଇଭେଣ୍ଟ । ଆଜି ସକାଳେ ଭାରତୀୟ ମହିଳା ହକି ଦଳ, ଘରୋଇ ବିପକ୍ଷ ଦଳ ଜାପାନକୁ 2-1 ଗୋଲ୍‌ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ବିଜୟ ଯାତ୍ରା ଆରମ୍ଭ କରିଛି । ଏହାପରେ ଭାରତୀୟ ହକି ପୁରୁଷ ଦଳ ନିଜର ଦମ୍‌ ଦେଖାଇବା ପାଇଁ ଦିନ 3ଟାରେ ଟ୍ରୁପକୁ ଓହ୍ଲାଇବ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheHockeyIndia
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@TheHockeyIndia
ଭାରତ ତା'ର ପ୍ରଥମ ମ୍ୟାଚ ମାଲେସିଆ ବିପକ୍ଷରେ ଖେଳିବ । ନିୟମିତ ଅଧିନାୟକ ମନପ୍ରୀତ ସିଂଙ୍କ ଅନୁପସ୍ଥିତିରେ ଡିଫେଣ୍ଡର ହରମନପ୍ରୀତ ସିଂଙ୍କ କାନ୍ଧରେ ଦଳର ଭାର ନ୍ୟସ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଅଧିନାୟକ ହରମନପ୍ରୀତ ସିଂ କହିଥିଲେ ଯେ, ଆଶା କରୁଛି ଯୁବ ଖେଳାଳୀଙ୍କ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଖାସ୍‌ ରହିବ । କାରଣ ଅଲମ୍ପିକ କ୍ବାଲିଫାୟରଙ୍କ ନଜର ଆମମାନଙ୍କ ଉପରେ ରହିବ । ଏଥିସହ ଟେଷ୍ଟ ପ୍ରତିଯୋଗିତାରେ ଟିମକୁ ଟୋକିଓର ପରିସ୍ଥିତିକୁ ବୁଝିବାକୁ ସମୟ ମିଳିବ । କାରଣ ଆଗାମୀ ଅଲମ୍ପିକ ଟୋକିଓରେ ଅନୁଷ୍ଠିତ ହେବ।

ABOUT THE AUTHOR

...view details