ଭୁବନେଶ୍ବର: ଅଲମ୍ପିକ ଯୋଗ୍ୟତା ହାସଲ ପାଇଁ କଳିଙ୍ଗ ଷ୍ଟାଡିୟମରେ ଲଢେଇ ଆରମ୍ଭ ହୋଇଛି । ପ୍ରଥମ କ୍ବାର୍ଟର ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା । ତେବେ 2ୟ କ୍ବାର୍ଟରର ଭାରତୀୟ ମହିଳା ହକି ଦଳ ଗୋଟିଏ ଗୋଲ ଦେଇ 1-0ରେ ଆଗୁଆ ରହିଛି । ଉଭୟ ଭାରତ ଓ ଆମେରିକାକୁ ଗୋଟିଏ ଲେଖାଏଁ ପେନାଲ୍ଟି କର୍ଣ୍ଣର ମିଳିଥିଲା । ତେବେ ଏହା ଗୋଲରେ ପରିଣତ ହୋଇନଥିଲା ।
ଅଲମ୍ପିକ କ୍ବାଲିଫାୟାର ମ୍ୟାଚ, ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ 1-0ରେ ଆଗୁଆ - ଭାରତ 1-0 ଗୋଲରେ ଆଗୁଆ
ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚର ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ 1-0 ଗୋଲରେ ଆଗୁଆ ରହିଛି ।
![ଅଲମ୍ପିକ କ୍ବାଲିଫାୟାର ମ୍ୟାଚ, ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ 1-0ରେ ଆଗୁଆ](https://etvbharatimages.akamaized.net/etvbharat/prod-images/768-512-4932387-thumbnail-3x2-wcjpeg.jpeg)
ଫଟୋ ସୌଜନ୍ୟ: twitter@TheHockeyIndia
ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଓଡିଆ ଝିଅ ଲିଲିମା ମିଞ୍ଜ ଭାରତ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଛନ୍ତି ।