ଭୁବନେଶ୍ବର: ଇଣ୍ଡିଆନ ସୁପର ଲିଗ୍ର ନୂଆ ଦଳ ଓଡିଶା ଏଫ୍ସି ଟିମ କଳିଙ୍ଗ ଷ୍ଟାଡିୟମରେ ହକି ଦେଖିବାର ନଜରକୁ ଆସିଥିଲେ । ଗତକାଲି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟର 2ୟମ୍ୟାଚରେ ଉଭୟ ପୁରୁଷ ଓ ମହିଳା ଦଳକୁ ଚିୟରର୍ସ କରିବାକୁ ଓଡିଶା ଏଫ୍ସି ଖେଳାଳିମାନେ ସେଠାରେ ଉପସ୍ଥିତ ଥିଲେ । ଓଡିଶା ଏଫ୍ସିର ତାରକା ଶୁଭମ ଷଡଙ୍ଗୀ କହିଛନ୍ତି ଯେ, ଷ୍ଟାଡିୟମର ମାହୋଲ ଦେଖି ବହୁତ ଭଲ ଲାଗୁଛି । ଓଡିଶା ସରକାରଙ୍କ ଖେଳ ପ୍ରତି ଅନେକ ପଦକ୍ଷେପ ନେଉଛନ୍ତି ।
ଓଡିଶା ଏଫ୍ସି ଟିମର ହକି ପ୍ରେମ - ଟୋକିଓ ଅଲମ୍ପିକ
ଭାରତୀୟ ମହିଳା ଓ ପୁରୁଷ ଦଳ ଅଲିମ୍ପିକରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି । ଏଥିପାଇଁ ଭାରତୀୟ ଦର୍ଶକମାନେ ବେଶ ଉତ୍ସାହିତ ଥିଲେ । ଏଥିସହ ଓଡିଶା ଏଫ୍ସି ଖେଳାଳିମାନେ ବି ବହୁତ ଉତ୍ସାହିତ ଥିବା କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଛି ।

OdishaFC
ଘରୋଇ ଦର୍ଶକଙ୍କ ସମର୍ଥନ ଦେଖି ବେଶ୍ ଖୁସି ଲାଗୁଛି । ଆଶା କରୁଛି ଠିକ୍ ଏପରି ପରିବେଶ ଆଇଏସଏଲର ଘରୋଇ ମ୍ୟାଚରେ ବି ଦେଖିବାକୁ ମିଳିବ ।
ସୂଚନାଥାଉକି, ଭାରତୀୟ ମହିଳା ହକି ଦଳ ଓ ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।