ଓଡିଶା

odisha

ETV Bharat / sports

ନବୀନଙ୍କ ବଡ ଘୋଷଣା, ଓଡିଶାରେ ଜୁନିଅର ବିଶ୍ବକପ ହକି - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୁଷ ଜୁନିୟର ହକି ବିଶ୍ବକପ ଆୟୋଜନ କରିବ ଓଡିଶା । ଅଧିକ ପଢନ୍ତୁ...

Odisha to host junior mens Hockey World cup
ଓଡିଶାରେ ଜୁନିଅର ବିଶ୍ବକପ ହକି

By

Published : Sep 23, 2021, 6:23 PM IST

Updated : Sep 23, 2021, 8:32 PM IST

ଭୁବନେଶ୍ବର:ପୁରୁଷ ଜୁନିଅର ହକି ବିଶ୍ବକପ ଆୟୋଜନ କରିବ ଓଡିଶା । ଲୋକସେବା ଭବନରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଏହି ମେଗା ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବରରେ ଖେଳାଯିବ ।

ଭୁବନେଶ୍ବରକୁ ଫେରିଲା ହକିର ଆଉ ଏକ ମହାକୁମ୍ଭ । ନଭେମ୍ବର ୨୪ରୁ ଡିସେମ୍ବର ୫ ମ୍ୟାଚ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଦ୍ଵାଦଶତମ ଜୁନିଅର ପୁରୁଷ ବିଶ୍ଵକପ ହକି । ବିଶ୍ବକପର ଟ୍ରଫି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସଭା ଭବନର ନୂଆ କନଭେନସନ ହଲରେ ଉନ୍ମୋଚନ ହୋଇଛି ଟ୍ରଫି । FIH ସଭାପତି ନରେନ୍ଦ୍ର ବାତ୍ରା, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କୋଭିଡ କଟକଣାରେ ଦର୍ଶକ ନେବେ ବିଶ୍ବକପର ମଜା ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଓଡିଶା ଆୟୋଜନ କରିବ ଜୁନିଅର ହକି ବିଶ୍ବକପ ୨୦୨୧

ନଭେମ୍ବର ୨୪ରୁ ଡିସେମ୍ବର ୫ ମ୍ୟାଚ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିଛି । ଉକ୍ତ ପ୍ରତିଯୋଗିତା ପ୍ରଥମେ ଆସାମର ଗୌହାଟିରେ ଆୟୋଜିତ ହେବାର ଥିଲା । ଆସାମ ସରକାର ଭକ୍ତ ପ୍ରତିଯୋଗିତାରୁ ଓହରି ଯିବା ପରେ ହକି ଇଣ୍ଡିଆ ପକ୍ଷରୁ ଓଡିଶା ସରକାରଙ୍କୁ ପ୍ରତିଯୋଗିତା ନେଇ ପ୍ରସ୍ତାବ ଦିଆଯାଇଥିଲା । କୋଭିଡ଼ ନିୟମ ଅନୁଯାୟୀ ଦର୍ଶକ ମାନଙ୍କୁ ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିବ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଓଡିଶା ଆୟୋଜନ କରିବ ଜୁନିଅର ହକି ବିଶ୍ବକପ ୨୦୨୧

ଭୁବନେଶ୍ବରରେ ୨୦୧୮ ପୁରୁଷ ହକି ବିଶ୍ଵକପ ସଫଳତାର ସହ ଆୟୋଜିତ ହୋଇଥିବାବେଳେ ୨୦୨୩ ସଂସ୍କରଣର ପୁରୁଷ ହକି ବିଶ୍ଵକପ ଭୁବନେଶ୍ବର ଓ ରାଉରକେଲାରେ ହେବ।

ଭୁବନେଶ୍ବରରୁ ରୁନ୍ଦ୍ର ନାରାୟଣ ଦାସ, ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Sep 23, 2021, 8:32 PM IST

ABOUT THE AUTHOR

...view details