କଟକ: ଓଡିଶାରେ ଭିତ୍ତିଭୂମିର ଅଭାବ ନାହିଁ । କ୍ରୀଡା ସଂଘ ମଧ୍ୟ ବେଶ ମଜଭୁତ । ଓଡିଶାରେ ସବୁ କ୍ରୀଡା ଇଭେଣ୍ଟ ଆୟୋଜନ ବେଶ ସଫଳ ହେଉଛି । ଅଲମ୍ପିକ୍ ଅନ୍ତର୍ଗତ ସମସ୍ତ କ୍ରୀଡା ଆୟୋଡନ ଓଡିଶାରେ ବେଶ ସଫଳ ଭାବେ ହୋଇଛି । ବିଶେଷକରି ହକିରେ ଓଡିଶା ଯେଉଁ ସୁନାମ ଅର୍ଜନ କରିଛି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ଏହା କହିଛନ୍ତି ଭାରତୀୟ ଅଲମ୍ପିକ୍ ଆସୋସିଏସନ ସଭାପତି ନରିନ୍ଦର ଧ୍ରୁବ ବାତ୍ରା (Narinder Batra)।
୨୦୧୮ ପରେ 2023 ସଂସ୍କରଣର ପୁରୁଷ ହକି ବିଶ୍ବକପ ପାଇଁ ଓଡିଶା ସରକାର ମଧ୍ୟ ପ୍ରସ୍ତୁତ ଅଛନ୍ତି । ଭୁବନେଶ୍ବର ଓ ରାଉରକେଲା ଷ୍ଟାଡିୟମ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି।
Hockey world cup ୨୦୨୩ ପାଇଁ ପ୍ରସ୍ତୁତ ଭୁବନେଶ୍ୱର ଓ ରାଉରକେଲା ଅଧିକ ପଢନ୍ତୁ: OCA Annual General Meeting: T-20 ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ
ବୁଧବାର ଓଡିଶା ଅଲମ୍ପିକ ସଙ୍ଘ(Odisha olympic association)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ହକି ଇଣ୍ଡିଆ ସଭାପତି ତଥା ଭାରତୀୟ ଅଲମ୍ପିକ ସଂଘର ସଭାପତି ନରିନ୍ଦର ଧ୍ରୁବ ବାତ୍ରା । ଓଡିଶା ଅଲମ୍ପିକ ସଙ୍ଘ ପକ୍ଷରୁ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ଉତ୍ସବରେ ନରିନ୍ଦର ବାତ୍ରାଙ୍କୁ ସମ୍ମାନିତ କରାଯାଇଛି । ଏହି ବୈଠକରେ ରାଜ୍ୟ ଅଲମ୍ପିକ ସଂଘର ସମସ୍ତ ସଦସ୍ୟ, ଓ ଅନ୍ୟାନ୍ୟ କ୍ରୀଡା ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ