ବେଙ୍ଗାଲୁରୁ: କୋଭିଡ-19 କାରଣରୁ 5ମାସର ବ୍ରେକ ପରେ ଭାରତୀୟ ପୁରୁଷ ହକି ଦଳ ସାଇ ସେଣ୍ଟରର ଜାତୀୟ ଶିବିରରେ ପୁଣି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଟିମର ଅଭ୍ୟାସକୁ 3ସପ୍ତାହ ହେଲାଣି । ତେବେ ମିଡଫିଲ୍ଡର ଚିଙ୍ଗଲେନସାନା ଲକଡାଉନ ପରେ ଫର୍ମକୁ ଆସିବା ପାଇଁ ଝାଳ ବୁହାଉଛନ୍ତି ।
ଆଗାମୀ କିଛି ମାସ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ: ମିଡଫିଲ୍ଡର ଚିଙ୍ଗଲେନସାନା - ଅର୍ଜୁନ ପୁରସ୍କାର ବିଜେତା ମଣିପୁର ଖେଳାଳି ଚିଙ୍ଗଲେନସାନା
ଅର୍ଜୁନ ପୁରସ୍କାର ବିଜେତା ମଣିପୁର ଖେଳାଳି ଚିଙ୍ଗଲେନସାନା କହିଛନ୍ତି ଯେ, ମୁଖ୍ୟ କୋଚ ଆମମାନଙ୍କ ଉପରେ କୌଣସି ଚାପ ପକାଉ ନାହାଁନ୍ତି । ଖେଳାଳିଙ୍କ ମନୋବଳ ଦୃଢ କରାଇବା ପାଇଁ କୋଚ ରୀଡ ଖେଳାଳିଙ୍କ ସମ୍ପର୍କରେ ଅଛନ୍ତି ।
ସେ କହିଛନ୍ତି ଯେ, ବ୍ୟକ୍ତିଗତ ଭାବେ ମୋ ପାଇଁ କଠିନ ସମୟ । କାରଣ ଚଳିତବର୍ଷ ଆରମ୍ଭରେ ମୁଁ ଟୁର୍ଣ୍ଣାମେଣ୍ଟକୁ ଫେରିଥିଲି । ଆହତ କାରଣରୁ 2019ରେ ପ୍ରାୟ କୌଣସି ମ୍ୟାଚ ଖେଳି ନଥିଲି । ଆମମାନଙ୍କୁ ନିଜ ଫର୍ମରେ ଆସିବାକୁ କିଛି ସମୟ ଲାଗିବ । ଏହି 2/3ମାସ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ଭଲ କଥା ହେଲା ବର୍ଷ ଶେଷ ଯାଏଁ ଆମମାନଙ୍କ ପାଖରେ କୌଣସି ବଡ ଟୁର୍ଣ୍ଣାମେଣ୍ଟ ନାହିଁ । ଆମମାନଙ୍କୁ ଫର୍ମରେ ଫେରିବାକୁ ସମୟ ମିଳିବ ।
ଅର୍ଜୁନ ପୁରସ୍କାର ବିଜେତା ମଣିପୁର ଖେଳାଳି ଚିଙ୍ଗଲେନସାନା କହିଛନ୍ତି ଯେ, ମୁଖ୍ୟ କୋଚ ଆମମାନଙ୍କ ଉପରେ କୌଣସି ଚାପ ପକାଉ ନାହାଁନ୍ତି । ଖେଳାଳିଙ୍କ ମନୋବଳ ଦୃଢ କରାଇବା ପାଇଁ କୋଚ ରୀଡ ଖେଳାଳିଙ୍କ ସମ୍ପର୍କରେ ଅଛନ୍ତି । ଆମମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେଉଛନ୍ତି ।