କଟକ: ରାଜ୍ୟ ସରକାରଙ୍କୁ ଘାରିଛି ହକି ନିଶା । ରାଜଧାନୀ ଭୁବେନେଶ୍ବର ପରେ ଫୋକସରେ ସିଲ୍ଭର୍ ସିଟି। ଐତିହାସିକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସରେ ନିର୍ମାଣ ହେବାକୁ ଯାଉଛି ଏକ ହକି କମ୍ପ୍ଲେକ୍ସ । କଳିଙ୍ଗ ଷ୍ଟାଡିମୟ ପରି ଏଠାରେ ଖେଳାଯିବ ଜାତୀୟ ଓ ଅନ୍ତର୍ଜାତୀୟ ମ୍ୟାଚ । ଏହି ପ୍ରତିଶୃତି ଦେଇଛନ୍ତି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରା।
ରେଭେନ୍ସାରେ ନୂଆ ଅଧ୍ୟାୟ, ନିର୍ମାଣ ହେବ ହକି କମ୍ପ୍ଲେକ୍ସ - new hockey complex
ଐତିହାସିକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସରେ ନିର୍ମାଣ ହେବାକୁ ଯାଉଛି ଏକ ହକି କମ୍ପ୍ଲେକ୍ସ ।
Ravenshaw university
ରେଭେନ୍ସାର ନୂଆ କ୍ୟାମ୍ପସ ନିର୍ମାଣ ସହ ଯୁଦ୍ଧକାଳୀନ ଭିତ୍ତିରେ ହକି କମ୍ପ୍ଲେକ୍ସର ନିର୍ମାଣ କରାଯିବ । ଆଉ ଏହି ହକି କମ୍ପ୍ଲେକ୍ସ ନିର୍ମାଣ ସହ କଟକ ଇତିହାସରେ ଯୋଡା ହେବ ଆଉ ଏକ ନୂଆ ଫର୍ଦ୍ଦ। ଆଉ ରେଭେନ୍ସାକୁ ଦେବ ନୂଆ ପରିଚୟ । ଜିଲ୍ଲାରୁ ବାହାରିବେ ଅନେକ ଯୁବ ପ୍ରତିଭା । ଅନ୍ୟପଟେ ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ଧନ୍ୟବାଦ ଜଣାଇଛି ହକି ଓଡିଶା ଆସୋସିଏସନ। ଦେଖିବାକୁ ବାକି ରହିଲା ଏହି ଘୋଷଣା କାଗଜ କଲମରେ ସୀମିତ ରହୁଛି, ନା ନିର୍ମାଣକାର୍ଯ୍ୟ ବି ତ୍ବରାନ୍ବିତ ହୋଇପାରୁଛି।
କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ
Last Updated : Nov 14, 2019, 7:23 PM IST