ଓଡିଶା

odisha

ନେଦରଲ୍ୟାଣ୍ଡ ଓ କାନାଡା ହକି ଟିମକୁ ମିଳିଲା ଅଲମ୍ପିକ ଟିକେଟ

By

Published : Oct 28, 2019, 3:00 PM IST

ଆଗାମୀ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛି ନେଦରଲ୍ୟାଣ୍ଡ ଓ କାନାଡା ପୁରୁଷ ହକି ଦଳ । ନେଦରଲ୍ୟାଣ୍ଡ ଓ କାନାଡା ଯଥାକ୍ରମେ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଯଥାକ୍ରମେ ପାକିସ୍ତାନ ଓ ଆୟରଲ୍ୟାଣ୍ଡକୁ ପରାସ୍ତ କରିଛନ୍ତି ।

hockey

ହାଇଦ୍ରାବାଦ: ନେଦରଲ୍ୟାଣ୍ଡ ଓ କାନାଡା ପୁରୁଷ ହକି ଦଳ ଆଗାମୀ ଟୋକିଓ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ବିଶ୍ବ ହକି ମହାସଂଘର ସୂଚନାନୁସାରେ ନେଦରଲ୍ୟାଣ୍ଡ ଓ କାନାଡା 2ମ୍ୟାଚ ବିଶିଷ୍ଟ ଏଫଆଇଏଚ ହକି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଯଥାକ୍ରମେ ପାକିସ୍ତାନ ଓ ଆୟରଲ୍ୟାଣ୍ଡକୁ ପରାସ୍ତ କରି ଉଭୟ ଦଳ ଟୋକିଓ ଟିକେଟ ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@FIH_Hockey

ନେଦରଲ୍ୟାଣ୍ଡ ପ୍ରଥମ ମୁକାବିଲାରେ ପାକ୍‌ ବିପକ୍ଷରେ ଖେଳି 4-4 ସ୍କୋରରେ ମ୍ୟାଚକୁ ଡ୍ର କରିବାରେ ସଫଳ ହୋଇଥିଲା । ପୁଣି 2ୟ ମ୍ୟାଚରେ ପାକିସ୍ତାନକୁ 6-1 ଗୋଲ୍‌ରେ ମାତ୍‌ ଦେଇ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛି ।

ସେହିପରି କାନାଡା ପ୍ରଥମ ମ୍ୟାଚରେ ଆୟରଲ୍ୟାଣ୍ଡକୁ 5-3 ଗୋଲ୍‌ରେ ପରାସ୍ତ କରିଥିଲା । ସେହିପରି 2ୟ ମ୍ୟାଚରେ କାନାଡା ପୁରୁଷ ହକି ଦଳ ଆୟରଲ୍ୟାଣ୍ଡକୁ 3-1ଗୋଲ୍‌ରେ ହରାଇ ଟୋକିଓ ଟିକେଟ ହାସଲ କରିଛି ।

ABOUT THE AUTHOR

...view details