ଓଡିଶା

odisha

ETV Bharat / sports

'ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟସ ଆଓ୍ବାର୍ଡ'ରେ ସମ୍ମାନୀତ ହେଲେ ନବୀନ ପଟ୍ଟନାୟକ

କେବଳ ଭାରତରେ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ହକିକୁ ବେଶ୍‌ ପ୍ରଚାର ଓ ପ୍ରସାର କରିବା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏନେଇ ଅନ୍ତର୍ଜାତୀୟ ହକି ମହାସଂଘ(ଏଫଆଇଏଚ)ର 'ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟସ ଆଓ୍ବାର୍ଡ' ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି ।

By

Published : Nov 3, 2019, 12:37 PM IST

FIH

ଭୁବନେଶ୍ବର: ଗତ କିଛି ବର୍ଷ ହେବ ଭାରତୀୟ ହକିର ପ୍ରଚାର ଓ ପ୍ରସାରକୁ ନେଇ ଓଡିଶା ସରକାରଙ୍କ ପକ୍ଷକୁ ଅତୁଳନୀୟ ପଦକ୍ଷେପ ନିଆଯାଇଛି । କେବଳ ଭାରତରେ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ହକିକୁ ବେଶ୍‌ ପ୍ରସାର କରିଛନ୍ତି । ଓଡିଶା ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ଅବଦାନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 'ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟସ ଆଓ୍ବାର୍ଡ' ମିଳିଛି । ଏଫ୍‌ଆଇଏଚ ସଭାପତି ନରିନ୍ଦ୍ରର ବାତ୍ରା ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତର୍ଜାତୀୟ ହକି ମହାସଂଘ(ଏଫଆଇଏଚ)ର ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ ।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 'ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟସ ଆଓ୍ବାର୍ଡ'

ପୁରୁଷ ବିଶ୍ବ କପ, ଏଫ୍‌ଆଇଏଚ୍‌ ବିଶ୍ବ ହକି ଲିଗ୍‌, ଚମ୍ପିଆନ୍ସ ଟ୍ରଫି ଭଳି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରିଥିବାରୁ 2018ରେ ଏଫଆଇଏଚ୍‌ ପକ୍ଷରୁ ଓଡିଶା ସରକାରଙ୍କୁ ଏହି ସମ୍ମାନଜନକ ଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।

ABOUT THE AUTHOR

...view details