ଓଡିଶା

odisha

ETV Bharat / sports

ଇଂଲଣ୍ଡ ଯିବେ ଓଡିଆ ମହିଳା ହକି ଖେଳାଳି, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ - ମହିଳା ହକି ଦଳ

ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ 18 ଜଣିଆ ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଛନ୍ତି 3 ଜଣ ଓଡିଆ ହକି ଖେଳାଳି । ତେବେ ଦଳରେ ସ୍ଥାନ ପାଇଥିବା ଏହି 3 ଓଡିଆ ଖେଳାଳିଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡିଜାଇନ ଫଟୋ

By

Published : Sep 14, 2019, 1:45 AM IST

ଭୁବନେଶ୍ବର: ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା କରାଯାଇଛି 18 ଜଣିଆ ଭାରତୀୟ ମହିଳା ହକି ଟିମ୍‌ର ନାମ । ଯେଉଁଥିରେ ସ୍ଥାନ ପାଇଛନ୍ତି 3 ଓଡିଆ ହକି ଖେଳାଳି । ସେମାନେ ହେଲେ ଦୀପ ଗ୍ରେସ୍ ଏକ୍କା, ଲିଳିମା ମିଞ୍ଜ ଓ ନମିତା ଟପ୍ପୋ । ତେବେ ଦଳରେ ଏହି ଓଡିଆ ଖେଳାଳି ସ୍ଥାନ ପାଇଥିବାରୁ ଖୁସି ଜାହିର କରିବା ସହ ସେମାନଙ୍କୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଆସନ୍ତା 27 ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଗସ୍ତରେ ଭାରତ ମୋଟ 5ଟି ମ୍ୟାଚ ଖେଳିବ । ସିରିଜର ଶେଷ ମ୍ୟାଚ୍ ଅକ୍ଟୋବର 4 ତାରିଖରେ ଖେଳାଯିବ । ଏନେଇ ଶୁକ୍ରବାର 18 ଜଣିଆ ଭାରତୀୟ ମହିଳା ହକି ଦଳର ଘୋଷଣା କରିଛି ହକି ଇଣ୍ଡିଆ । ଦଳର ଭାର ଷ୍ଟାର୍ ଫରୱାର୍ଡ ଖେଳାଳି ରାନୀ ରାମପଲଙ୍କ କାନ୍ଧରେ ରହିଛି । ସେହପରି ତାଙ୍କ ଡେପ୍ୟୁଟି ଭାବେ ରହିଛନ୍ତି ଗୋଲ କିପର ସବିତା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଭାରତୀୟ ଦଳ-

ଗୋଲକିପର: ସବିତା (ଉପ-ଅଧିନାୟିକା), ରଜନୀ ଏଟିମାର୍ପୁ

ଡିଫେଣ୍ଡର୍: ଦୀପ୍ ଗ୍ରେସ୍ ଏକ୍କା (ଓଡିଶା), ଗୁରଜିତ୍ କୌର୍, ରୀନା ଖୋଖାର୍, ସାଲିମା ଟେଟେ

ମିଡଫିଲ୍ଡର୍: ସୁଶୀଲା ଚାନୁ ପୁଖରାମବାମ୍, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ୍, ଲିଳିମା ମିଞ୍ଜ୍(ଓଡିଶା), ନମିତା ଟପ୍ପୋ( ଓଡିଶା ) ।

ଫରୱାର୍ଡ: ରାନୀ (ଅଧିନାୟିକା), ବନ୍ଦନା କାଟାରିୟା, ନଭନୀତ୍ କୌର୍, ଲାଲରେମଶିଆମି, ନଭଜୋତ୍ କୌର୍, ଶର୍ମିଲା ଦେବୀ

ABOUT THE AUTHOR

...view details