ଓଡିଶା

odisha

ETV Bharat / sports

ଜାତୀୟ କ୍ରୀଡା ଦିବସ 2020: ଜାଣନ୍ତୁ କ୍ରୀଡା ପୁରସ୍କାରର ବିଶେଷତ୍ବ - ଜାତୀୟ କ୍ରୀଡା ଦିବସ

ପ୍ରତିବର୍ଷ ଅଗଷ୍ଟ 29ରେ ଜାତୀୟ କ୍ରୀଡା ଦିବସ ପାଳନ ହୋଇଥାଏ । ହକିର ଯାଦୁଗର ରୂପେ ପରିଚିତ ତଥା ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ କ୍ରୀଡା ଦିବସ ରୂପେ ପାଳନ କରାଯାଉଛି ।

national-sports-awards-2020-these-players-will-get-prize-on-national-sports-day
ଜାତୀୟ କ୍ରୀଡା ଦିବସ 2020: ଜାଣନ୍ତୁ କ୍ରୀଡା ପୁରସ୍କାରର ବିଶେଷତ୍ବ

By

Published : Aug 29, 2020, 7:00 AM IST

ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ 29ରେ ଜାତୀୟ କ୍ରୀଡା ଦିବସ ପାଳନ ହୋଇଥାଏ । ଏହି ଦିନ ଦେଶ ତମାମ ବିଭିନ୍ନ ପ୍ରକାର କ୍ରୀଡା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ହକିର ଯାଦୁଗର ରୂପେ ପରିଚିତ ତଥା ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ କ୍ରୀଡା ଦିବସ ରୂପେ ପାଳନ କରାଯାଉଛି । ଧ୍ୟାନଚାନ୍ଦ ଭାରତକୁ 1928, 1932 ଓ 1936 ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା କରାଇ, ଅନ୍ତର୍ଜାତୀୟ ସ୍ଥରରେ ଭାରତୀୟ ହକିକୁ ନିଆରା ପରିଚୟ ପ୍ରଦାନ କରିଥିଲେ । ତାଙ୍କ ସମ୍ମାନରେ ଜନ୍ମଦିନକୁ ଖେଳ ଦିବସ କା କ୍ରୀଡା ଦିବସ ଭାବେ ପାଳନ କରାଯାଉଛି ।

ଏହି ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା କ୍ରୀଡା କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇଥିବା ଖେଳାଳିଙ୍କୁ ଜାତୀୟ କ୍ରୀଡ ପୁରସ୍କାରରେ ସମ୍ମାନିତ କରାଯାଇଥାଏ । ଏହି ପୁରସ୍କାର ମଧ୍ୟରେ ଅର୍ଜୁନ ଆୱାର୍ଡ, ରାଜୀବ ଗାନ୍ଧି ଖେଳ ରତ୍ନ, ଧ୍ୟାନଚାନ୍ଦ ଆୱାର୍ଡ ଓ ଦ୍ରୋଣାଚାର୍ଯ୍ୟ ଆୱାର୍ଡ ରହିଛି । ଖେଳାଳିଙ୍କ ପ୍ରଦର୍ଶନ ଆଧାରରେ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ଖେଳାଳିଙ୍କ ସୂଚୀ ପ୍ରସ୍ତୁତ କରିଛି ।

ରାଜୀବ ଗାନ୍ଧି ଖେଳ ରତ୍ନ ଆୱାର୍ଡ

ଏହି ଆୱାର୍ଡ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ନାମରେ ଏହି ପୁରସ୍କାରର ନାମ ରଖାଯାଇଛି । ଏହି ପୁରସ୍କାରର ଆରମ୍ଭ 1991-92ରେ ହୋଇଥିଲା । ପ୍ରଥମ ଖେଳରତ୍ନ ବିଜେତା ହୋଇଥିଲେ ବିଶ୍ବନାଥ ଆନନ୍ଦ । ଚଳିତ ବର୍ଷ 5ଜଣ ଖେଳାଳିଙ୍କୁ ଖେଳରତ୍ନ ପୁରସ୍କାର ମିଳିବ ।

ଅର୍ଜୁନ ଆୱାର୍ଡ

କ୍ରାଡା କ୍ଷେତ୍ରରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଏହି ଆୱାର୍ଡ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରର ଆରମ୍ଭ ବର୍ଷ 1961ରୁ ହୋଇଥିଲା । ଚଳିତ ବର୍ଷ 27ଜଣ ଖେଳାଳିଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ଚୟନ କରାଯାଇଛି ।

ଧ୍ୟାନଚାନ୍ଦ ଆୱାର୍ଡ

କ୍ରୀଡା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ପ୍ରଦାନ କରାଯାଉଥିବା ପୁରସ୍କାର ମଧ୍ୟରେ ଏହା ସର୍ବୋଚ୍ଚ ପୁରସ୍କାର । ଏହି ପୁରସ୍କାରର ନାମ ଭାରତର ମହାନ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ନାମରେ ରଖାଯାଇଛି । ଏହି ପୁରସ୍କାରର ଆରମ୍ଭ 2002ରେ ଆରମ୍ଭ ହୋଇଥିଲା । ପ୍ରଥମ ପୁରସ୍କାର ମୁଷ୍ଟିଯୋଦ୍ଧା ଶାହୁରାଜ ବିରାଜଦାରଙ୍କୁ ମିଳିଥିଲା । ଚଳିତ ବର୍ଷ 15 ଜଣ ଖେଳାଳିଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି ।

ଦ୍ରୋଣାଚାର୍ଯ୍ୟ ଆୱାର୍ଡ

ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମେଡାଲ ବିଜୟୀ ହୋଇ ସଫଳତାର ଶୀର୍ଷରେ ପହଞ୍ଚିବାରେ ପ୍ରଚ୍ଛଦପଟ୍ଟରେ କୋଚଙ୍କ ହାତ ରହିଥାଏ । ଏହି ପୁରସ୍କାର ଏହିପରି କୋଚଙ୍କୁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରର ଆରମ୍ଭ ବର୍ଷ 1985ରେ ହୋଇଥିଲା । ପ୍ରଥମ ପୁରସ୍କାର ବିଜେତା ରହିଥିଲେ ଭଲାଚନ୍ଦ୍ର ଭାସ୍କର ଭାଗବତ(କୁସ୍ତି) । ଚଳିତ ବର୍ଷ 14ଜଣ କୋଚଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details