ଚଣ୍ଡିଗଡ:ମହାନ ଧାବକ ମିଲଖା ସିଂହଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଏନେଇ PGI ହସ୍ପିଟାଲର ଡାକ୍ତରୀ ଟିମ ସ୍ପଷ୍ଟ କରିଛନ୍ତି । PGI ହସ୍ପିଟାଲ ଡାକ୍ତରଙ୍କ ସୂଚନା ଅନୁୟାୟୀ, ମିଲଖା ସିଂହଙ୍କୁ ଆଇସିୟୁ ୱାର୍ଡକୁ ସାଧାରଣ ୱାର୍ଡକୁ ଅଣାଯାଇଛି । ମିଲଖାଙ୍କ ଶରୀରର ଅକ୍ସିଜେନ ମାତ୍ରା ଏବେ ସ୍ବାଭାବିକ ରହିଛି ।
ମେ' ମାସରେ ମିଲଖା ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ଏହାପରେ ମେ 20ରେ ମିଲଖା ସିଂହଙ୍କ କୋରୋନା ରିପୋର୍ଟ ପଜିଟିଭ ଜଣାପଡିଥିଲା । 90 ବର୍ଷୀୟ ମିଲଖାଙ୍କୁ ଅକ୍ସିଜେନ ନେବାରେ ବହୁତ ଅସୁବିଧା ହେଉଥିଲା ।