ଓଡିଶା

odisha

By

Published : Jan 4, 2021, 8:16 PM IST

ETV Bharat / sports

ମନପ୍ରୀତଙ୍କ ଅଲମ୍ପିକ୍ସ ପ୍ରସ୍ତୁତି ମନ୍ତ୍ର 'ମନୋବଳ'

ଟୋକିଓ ଅଲମ୍ପିକ୍ସ, ମହାମାରୀ କୋରୋନା ଭାଇରସ କାରଣରୁ ଚଳିତ ବର୍ଷ ସ୍ଥଗିତ ହେବାସହ 2021 ଜୁଲାଇ-ଅଗଷ୍ଟରେ ହେବା ନେଇ ପୁନଃସୂଚୀ ଜାରି ହୋଇଛି । ଅଧିକ ପଢନ୍ତୁ...

manpreet singh said we should be mentally prepared ahead of olympics
ମନପ୍ରୀତଙ୍କ ଅଲମ୍ପିକ୍ସ ପ୍ରସ୍ତୁତି ମନ୍ତ୍ର 'ମନୋବଳ'

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସକୁ ଆଉ ମାତ୍ର 200 ଦିନରୁ କମ ସମୟ ବାକି ଥିବାବେଳେ ଭାରତୀୟ ହକି ଟିମର କ୍ୟାପଟେନ ମନପ୍ରୀତ ସିଂହଙ୍କ ବଡ ବୟାନ । କୋରୋନା ଭାଇରସ ସ୍ଥିତିରେ ଏକାଧିକ ବାଧାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ଅଲମ୍ପିକ ଗେମ୍‌ ପୂର୍ବରୁ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ହେବ କହିଛନ୍ତି ମନପ୍ରୀତ ।

ଟୋକିଓ ଅଲମ୍ପିକ୍ସ ଖେଳ ମହାମାରୀ କୋରୋନା ଭାଇରସ କାରଣରୁ ଚଳିତ ବର୍ଷ ସ୍ଥଗିତ ହେବାସହ 2021 ଜୁଲାଇ-ଅଗଷ୍ଟରେ ହେବାନେଇ ପୁନଃସୂଚୀ ଜାରି ହୋଇଛି ।

"ବାହାର କାରଣ ପାଇଁ ନିଜର ଲକ୍ଷ୍ୟ ପ୍ରଭାବିତ ହେବାକୁ ନ ଦେବା ବର୍ଷ 2020 ର ସବୁଠୁ ବଡ ଶିକ୍ଷା ଥିଲା । ଅନେକ ଅନିଶ୍ଚିନ୍ତତା ହୋଇପାରେ, ମାତ୍ର ଯାହା କିଛି ନିନ୍ତ୍ରନ୍ତ୍ରଣରେ ରହିଛି ସେନେଇ ଚିନ୍ତା କରିବା ଆବଶ୍ୟକ ଓ ସର୍ବଶ୍ରେଷ୍ଠ ପାଇବା ଦିଗରେ କାର୍ଯ୍ୟ କରିବା ଉଚିତ ।"

ମନପ୍ରୀତ କହିଛନ୍ତି, "ଏହି 200 ଦିନ ଆମ ଜୀବନର ମହତ୍ତ୍ବପୂର୍ଣ୍ଣ ଦିନ ହେବ । ଯଦି ଟୋକିଓ ପାଇଁ ଭାରତୀୟ ଟିମରେ ସ୍ଥାନ ପକ୍କା କରିବାକୁ ଇଚ୍ଛା ରହିଛି, ତେବେ ଅଭ୍ୟାସ ଓ ପ୍ରତିଯୋଗୀତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details