ଓଡିଶା

odisha

ETV Bharat / sports

ବିବେକ ଓ ଲାଲରେମସିଆମିଙ୍କୁ 'ଏଫଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର' - hockey latest news

ଭାରତୀୟ ଯୁବ ଖେଳାଳି ବିବେକ ଓ ଲାଲରେମସିଆମିଙ୍କୁ 2019 ବର୍ଷ ପାଇଁ ଏଫଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର ପୁରସ୍କାର ।

ବିବେକ
ବିବେକ

By

Published : Feb 11, 2020, 9:25 PM IST

ନୂଆଦିଲ୍ଲୀ: ଭାରତୀୟ ଯୁବ ଖେଳାଳିଙ୍କୁ ଏଫଆଇଏଚ୍‌ର ସମ୍ମାନ । ପୁରୁଷ ବର୍ଗରେ ଭାରତୀୟ ଯୁବ ମିଡ ଫିଲ୍ଡର ବିବେକ ସାଗର ପ୍ରସାଦଙ୍କୁ ଏଫଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର-2019ର ସମ୍ମାନ ମିଳିଥିବା ବେଳେ, ମହିଳା ବର୍ଗରେ ଷ୍ଟ୍ରାଇକର ଲାଲରେମସିଆମିଙ୍କୁ ଏହି ସମ୍ମାନ ମିଳିଛି ।

19ବର୍ଷୀୟ ବିବେକ ଆର୍ଜେଣ୍ଟିନାର ମେଇକୋ କାସେଲାଙ୍କୁ ପଛରେ ପକାଇ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର ହୋଇଛନ୍ତି । ବିବେକ 17ବର୍ଷ ବୟସରେ ଭାରତୀୟ ହକି ଟିମରେ ଖେଳି ଥିବା ସବୁଠାରୁ ଯୁବ ଖେଳାଳି । 2018ରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟରେ ପାଦ ଥାପି ଥିଲେ ।

ଏହାପରେ 50ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଲେଣି । 2019ରେ ଭାରତ ସୁଲତାନ କପ୍‌ରେ ରୌପ୍ୟ ପଦକ ଜିତିଥିଲା । ସେହି ଟିମରେ ବିବେକ ରହିଥିଲେ । ସେହିପରି ବିବେକ ଏଫଆଇଏଚ ସିରିଜ ଫାଇନାଲ୍ସରେ ଖେଳିଥିବା ସର୍ବକନିଷ୍ଠ ଯୁବ ଖେଳାଳି ।

ମହିଳାବର୍ଗରେ ଲାଲରେମସିଆମି ଆର୍ଜେଣ୍ଟିନାର ଜାନକୁନାସଙ୍କୁ ପଛରେ ପକାଇ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର ହୋଇଛନ୍ତି । 2017ରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ସେହି ବର୍ଷ କୋରିଓ ଓ 2019ରେ ସ୍ପେନ ବିପକ୍ଷରେ ସେ ସର୍ବାଧିକ ଗୋଲ୍‌ ଦେଇଥିବା ଖେଳାଳି ହୋଇଥିଲେ । ଏଥିସହ ନଭେମ୍ବରରେ ଅୟୋଜିତ ଟୋକିଓ ଅଲମ୍ପିକ କ୍ବାଲିଫାୟର୍ସ ମ୍ୟାଚରେ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଥିଲେ ।

ରାଇଜିଂ ଷ୍ଟାର ପୁରସ୍କାର ପାଇବା ପରେ ସେ କହିଛନ୍ତି ଯେ, ଏହି ପୁରସ୍କାର ପାଇ ଗର୍ବିତ । ତାଙ୍କ କ୍ୟାରିଅର ଏହା ବହୁତ ବଡ ଖୁସିର ମୁହୂର୍ତ୍ତ । ଭୋଟ ଦେଇଥିବା ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ।

ABOUT THE AUTHOR

...view details