ଓଡିଶା

odisha

ETV Bharat / sports

Junior Womens Hockey WC Suspend: ପୁଣି କୋରୋନା ଭୟ, ହକି ବିଶ୍ବକପ୍‌ ସ୍ଥଗିତ - ଦକ୍ଷିଣ ଆଫ୍ରିକା ହକି ବିଶ୍ବକପ୍‌

ନୂଆ ଭାରିଆଣ୍ଟ କୋରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ହେଲା ଜୁନିଅର ମହିଳା ହକି ବିଶ୍ବକପ । ଡିସେମ୍ବର ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଜୁନିଅର ମହିଳା ହକି ବିଶ୍ବକପ ଆୟୋଜନ ହେବାକୁ ଥିଲା । ଅଧିକ ପଢ଼ନ୍ତୁ

Junior Womens Hockey WC Suspend: ପୁଣି କୋରୋନା ଭୟ, ହକି ବିଶ୍ବକପ୍‌ ସ୍ଥଗିତ
Junior Womens Hockey WC Suspend: ପୁଣି କୋରୋନା ଭୟ, ହକି ବିଶ୍ବକପ୍‌ ସ୍ଥଗିତ

By

Published : Nov 26, 2021, 10:48 PM IST

ଜୋହାନ୍ସବର୍ଗ: ନୂଆ ଭାରିଆଣ୍ଟ କୋରୋନା ସଂକ୍ରମଣ ଯୋଗୁଁ ସ୍ଥଗିତ ହେଲା ଜୁନିଅର ମହିଳା ହକି ବିଶ୍ବକପ (Junior Womens Hockey WC Suspended) । ଡିସେମ୍ବର ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଜୁନିଅର ମହିଳା ହକି ବିଶ୍ବକପ ଆୟୋଜନ ହୋଇଥାନ୍ତା । ତେବେ କୋରୋନା ସଂକ୍ରମଣ ଯୋଗୁଁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖିବାକୁ ମିଳିତ ନିଷ୍ପତ୍ତି ନେଇଛନ୍ତି ଅନ୍ତର୍ଜାତୀୟ ହକି ମହାସଂଘ ଓ ଦକ୍ଷିଣ ଆଫ୍ରିକା ହକି ସଂଘ ।

ଅନ୍ତର୍ଜାତୀୟ ହକି ମହାସଂଘ ସମସ୍ତ ଇଭେଣ୍ଟରେ ପ୍ରତ୍ୟେକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଅନେକ ଦେଶ ଦକ୍ଷିଣ ଆଫ୍ରିକାକୁ ଯିବା ଆସିବା ଉପରେ କଟକଣା ଜାରି କରିଛନ୍ତି । ଏଥିରେ ଜୁନିଅର ମହିଳା ହକି ବିଶ୍ବକପରେ ସାମିଲ ଥିବା ଦେଶଗୁଡ଼ିକର ନାମ ମଧ୍ୟ ରହିଛି । ଏଭଳି ସ୍ଥିତିରେ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ଆମେ ମିଳିତ ନିଷ୍ପତ୍ତି ନେଇଛୁ ଏହା କହିଛନ୍ତି ଅନ୍ତର୍ଜାତୀୟ ହକି ମହାସଂଘର କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିରି ୱେଲ୍‌ ।

ପ୍ରଥମ ଥର ପାଇଁ ଆଫ୍ରିକାନ ମାଟିରେ ଅନ୍ତର୍ଜାତୀୟ ହକି ମହାସଂଘର କୌଣସି ଇଭେଣ୍ଟ ଆୟୋଜନ ହୋଇଥାଆନ୍ତା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ତାହା ସମ୍ଭବ ନୁହେଁ ବୋଲି କୁହାଯାଇଛି । ତେବେ ଅନ୍ତର୍ଜାତୀୟ ହକି ମହାସଂଘର ନିଷ୍ପତ୍ତିକୁ ଜୁନିଅର ମହିଳା ହକି ବିଶ୍ବକପରେ ଭାଗ ନେବାକୁ ଥିବା ଅଂଶଗ୍ରହଣକାରୀ ଦଳ ସମର୍ଥନ ଦେଇଛନ୍ତି । ଏହାକୁ ନେଇ ଧନ୍ୟବାଦ ଜଣାଇଛି ଅନ୍ତର୍ଜାତୀୟ ହକି ମହାସଂଘ । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ।

ମହାମାରୀ କୋରୋନା ନୂଆ ରୂପ ଧାରଣ କରି ଦକ୍ଷିଣ ଆଫ୍ରିକାରେ ପୁଣି ଡରାଇବା ଆରମ୍ଭ କରିଛି । କୁହାଯାଉଛି ଏହି ନୂଆ ଭାରିଆଣ୍ଟ ଡେଲଟା ଭାରିଆଣ୍ଟଠାରୁ ଆହୁର ବିପଜ୍ଜନକ । ଏଥିପାଇଁ ଦକ୍ଷିଣ ଆଫ୍ରିକାରେ ସମସ୍ତ କ୍ରୀଡ଼ା ବାତିଲ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details