ଭୁବନେଶ୍ବର:ଆରମ୍ଭରୁ ଅଭିଯାନ ବିଗିଡିବା ପରେ କାନାଡା ପରି କମଜୋର ଟିମ ବିପକ୍ଷରେ ଧମାକାଦାର ବିଜୟ ସହ ବିଳମ୍ବରେ ହେଲେ ମଧ୍ୟ ଟ୍ରାକ୍କୁ ଫେରିଛି ଟିମ ଇଣ୍ଡିଆ । ଡିଫେଣ୍ଡିଂ ଚମ୍ପିଆନ ଭାରତୀୟ ଟିମ FIH ଜୁନିଅର ହକି ବିଶ୍ବକପର କ୍ବାର୍ଟର ଫାଇନାଲ ଖେଳିବାକୁ ଶନିବାର ପୋଲାଣ୍ଡ(poland) ବିପକ୍ଷରେ ପୁଲ୍ ବି'ର ଶେଷ ମ୍ୟାଚ୍ରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି(do or die) ।
Junior hockey WC: ଟିମ ଇଣ୍ଡିଆ ପାଇଁ କର ବା ମର, ବିଜୟ ଦେବ କ୍ବାର୍ଟର ଟିକେଟ ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ(junior hockey world cup) ଟାଇଟେଲ ବିଜୟର ପ୍ରବଳ ଦାବିଦାର ଭାରତକୁ କୁହାଯାଉଥିଲା । ମାତ୍ର ପ୍ରଥମ ମ୍ୟାଚ୍ରେ ଫ୍ରାନ୍ସ ଠାରୁ ୫-୪ରେ ଡିଫେଣ୍ଡିଂ ଚମ୍ପିଆନକୁ ପରାଜୟ ମିଳିବା ପରେ କ୍ବାର୍ଟରଫାଇନାଲ ପାଇଁ ଟିମ ସଂଘର୍ଷ କରୁଛି । ଭାରତ ପୁଲ୍ ବି'ରେ ଦ୍ବିତୀୟ ସ୍ଥାନରେ ରହିଛି ଅନ୍ୟପଟେ ଫ୍ରାନ୍ସ ଖେଳିଥିବା ପ୍ରଥମ ଦୁଇଟି ମ୍ୟାଚ୍ରୁ ଦୁଇଟି ବିଜୟ ସହ ଶୀର୍ଷରେ ରହିଛି ।
ପୋଲାଣ୍ଡ ତୃତୀୟ ସ୍ଥାନରେ ରହିଛି । କ୍ବାର୍ଟର ଫାଇନାଲରେ ଭାରତର ସାମ୍ନା ୟୁରୋପୀୟ ଶକ୍ତିଶାଳୀ ଓ ଶୀର୍ଷ ଟିମ ବେଲଜିୟମ ସହିତ ହୋଇପାରେ । ପୁଲ୍ ଏ'ରେ ଶୀର୍ଷରେ ରହିଛି ବେଲଜିୟମ । ଏପରି ସ୍ଥିତିରେ ଭାରତ ପାଇଁ ଟୁର୍ନାମେଣ୍ଟର ଆଗାମୀ ମ୍ୟାଚ ଗୁଡିକ ଆହ୍ବାନପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।
ଏହା ମଧ୍ୟ ପଢନ୍ତୁ:Junior Hockey WC: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ମାଲେସିଆ
ଫ୍ରାନ୍ସ ବିପକ୍ଷରେ ଭାରତୀୟ ଟିମକୁ ବିଲକୁଲ୍ ଲୟରେ ଦେଖିବାକୁ ମିଳିନଥିଲା । ଦ୍ବିତୀୟ ମ୍ୟାଚ୍ରେ କାନାଡା ବିପକ୍ଷରେ ନିଜର ପୁରୁଣା ଚିରାଚରିତ ଲୟରେ ପ୍ରଦର୍ଶନ କରିବାକୁ ସଫଳ ହୋଇଥିଲା ମେନ ଇନ ବ୍ଲୁ । ତେବେ ଟୁର୍ନାମେଣ୍ଟରେ ଏବେଠାରୁ ଭାରତକୁ ପ୍ରତ୍ୟେକ ମ୍ୟାଚ୍ ଜିତିବାକୁ ହେବ । ଖେଳିଥିବା ପୂର୍ବ ଦୁଇଟି ମୁକାବିଲାରେ ଗୋଲ୍ କରିବାକୁ ଅନେକ ସୁଯୋଗ ମିଳିଥିଲେ ମଧ୍ୟ ସଂପୂର୍ଣ୍ଣ ସଫଳ ହୋଇନଥିଲା ।
ଭାଇସ କ୍ୟାପଟେ ଡ୍ରାଗ ଫ୍ଲିକର ସଞ୍ଜୟ ଲଗାତାର ଦୁଇଟି ମ୍ୟାଚ୍ରେ ହା-ଟ୍ରିକ୍ ଲଗାଇଛନ୍ତି । ଉତ୍ତମ ସିଂହ ଫରୱାର୍ଡରେ ଦମଦାର ପ୍ରଦର୍ଶନ କରିଛନ୍ତି । ଅରାଇଜିତ ସିଂହ ହୁଣ୍ଡାଲ ମଧ୍ୟ କାନାଡା ବିପକ୍ଷରେ ହାଟ୍ରିକ ସ୍କୋର କରିଥିଲେ । ସଞ୍ଜୟ, ହୁଣ୍ଡାଲ, ସର୍ଦାନନ୍ଦ ତିୱାରୀଙ୍କ ରୂପରେ ଭାରତ ପାଖରେ ୩ଜଣ ଭିନ୍ନ ପ୍ରକାର ପେଲାନିଟି କର୍ଣ୍ଣର ଷ୍ଟାର ରହିଛନ୍ତି । କ୍ୟାପଟେନ ବିବେକ ସାଗର ପ୍ରସାଦଙ୍କ ନେତୃତ୍ବରେ ମିଡଫିଲ୍ଡ ମଧ୍ୟ ଗତ ମ୍ୟାଚ୍ରେ ଜୋସ୍ରେ ଦେଖାଯାଇଥିଲା । ତେବେ ଡିଫେ୍ନ୍ସ ପ୍ରଦର୍ଶନରେ ସାମାନ୍ୟ ସୁଧାର କରିବାକୁ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ