ଭୁବନେଶ୍ବର: ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଜମୁଛି ଜୁନିଅର ପୁରୁଷ ହକି ବିଶ୍ବକପ(Junior Hockey World Cup) ୨୦୨୧ । ମେଗା ଟୁର୍ଣ୍ଣାମେଣ୍ଟର ଲିଗ୍ ପର୍ଯ୍ୟାୟ ଶେଷହେବାକୁ ଯାଉଥିବାବେଳେ କ୍ବାର୍ଟର ଫାଇନାଲ ପର୍ଯ୍ୟାୟ ସ୍ପଷ୍ଟ ହେବାକୁ ଯାଉଛି । ରବିବାର ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ପାକିସ୍ତାନକୁ ହରାଇ ଆର୍ଜେଣ୍ଟିନା କ୍ବାର୍ଟର ଟିକେଟ ହାତେଇଛି ।
ଏହାମଧ୍ୟ ପଢନ୍ତୁ:Junior Hockey WC: କ୍ବାର୍ଟର-ଫାଇନାଲରେ ଟିମ ଇଣ୍ଡିଆ
ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପାକିସ୍ତାନକୁ ୩-୪ ଗୋଲ୍ରେ ହରାଇଛି ଆର୍ଜେଣ୍ଟିନା । ପାକିସ୍ତାନ ପକ୍ଷରୁ ରାଣା ଅବଦୁଲ, ରିଜୱାନ ଅଲୀ ଓ ଅକିଲ ଅହମ୍ମଦ ଗୋଲ୍ ସ୍କୋର କରିଥିଲେ । ସେହିପରି ଆର୍ଜେଣ୍ଟିନା ପକ୍ଷରୁ କପୁରୋ ବାଉଟିଷ୍ଟା, ନାରଡୋଲିଲୋ ଇଗନାସିଓ, ରୁଇଜ ଫ୍ରାନ୍ସିସ୍କୋ ଓ ଇବାରା ଇଗନାସିଓ ଗୋଲ୍ କରିଥିଲେ ।