ଭୁବନେଶ୍ବର: ବୀରେନ୍ଦ୍ର ଲାକ୍ରା, ଏହି ନାମ କେବଳ ଓଡିଶା କିମ୍ବା ଭାରତ ନୁହେଁ, ବରଂ ବିଶ୍ବ ହକି ଜଗତରେ ଏକ ପରିଚିତ ନାମ । ଭାରତୀୟ ହକି ଟିମର ଲଢୁଆ ଡିଫେଣ୍ଡର ରହିଥିଲେ ବୀରେନ୍ଦ୍ର । ସେ ମଇଦାନରେ ଥିଲେ ବିପକ୍ଷ ଟିମ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, ଗୋଲ୍ ପୋଷ୍ଟ ପାଖରେ ପହଞ୍ଚିବା କାଠିକର ପାଠ ହୋଇଯାଏ । କୋଟି କୋଟି ଭାରତୀୟଙ୍କ ବିଶ୍ବାସ ଥାଏ, ଭାରତୀୟ ହକିର ଡିଫେଣ୍ଡି ୟୁନିଟର ଏହି ସେନାନାୟକ ବିଚକ୍ଷଣ ଓ ଲଢୁଆ ପ୍ରଦର୍ଶନ କରିବା ସହ ରୋକିବାରେ ସଫଳ ହେବାସହ ପ୍ରତି ଆକ୍ରମଣ କରିବେ । ପ୍ରତିପକ୍ଷ ଟିମର ଗୋଲ୍ ପ୍ରୟାସକୁ ଗୋଲ୍ପୋଷ୍ଟ ପାଖରେ ପହଞ୍ଚାଇବା ପୂର୍ବରୁ ବିଫଳ କରିଦେବେ ।
ଲଢୁଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ରାଉରକେଲାରୁ ଆରମ୍ଭ ଟୋକିଓରେ ଶେଷ ତେବେ ଗୁରୁବାର ହକି ଟିମ ଇଣ୍ଡିଆର ଏହି ଲଢୁଆ ଡିଫେଣ୍ଡର ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି । ଓଡିଆ ପୁଅ ବୀରେନ୍ଦ୍ରଙ୍କ ଅବସର ସୂଚନା ପ୍ରଥମେ ହକି ଇଣ୍ଡିଆ ଟ୍ବିଟ ଯୋଗେ ଘୋଷାଣ କରିବା ପରେ ସମସ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ଭାରତୀୟ ହକି ଟିମ ନିକଟରେ ଟୋକିଓରେ ଐତିହାସିକ ପ୍ରଦର୍ଶନ ସହ ବ୍ରୋଞ୍ଜ ପଦକ ବିଜୟୀ ହୋଇ ଫେରିଛି ।
ଲଢୁଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ରାଉରକେଲାରୁ ଆରମ୍ଭ ଟୋକିଓରେ ଶେଷ ଆଗାମୀ ପୁରୁଷ ହକି ବିଶ୍ବକପର ଆୟୋଜକ ରହିଛି ଓଡିଶା, ଯାହାକି ଓଡିଶାର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ଖେଳାଯିବା ନେଇ ସୂଚୀ ରହିଛି । ଫଳରେ ଘରୋଇ ମାଟିରେ ଓଡିଶାର ହକି ପ୍ରେମୀ ପ୍ରିୟ ବୀରେନ୍ଦ୍ରଙ୍କ ଜଲୱା ଦେଖିବାକୁ ଇଚ୍ଛା ରଖିଥିଲେ । ଏପରିକି ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍ରେ ଭାରତୀୟ ହକି ଟିମର ଉପ-ଅଧିନାୟକ ମଧ୍ୟ ସେ ରହିଥିଲେ । ମାତ୍ର ଯୁବ ଖେଳାଳିଙ୍କ ପାଇଁ ରାସ୍ତା ଉନ୍ମୁକ୍ତ କରିବାକୁ ଗୁରୁବାର ଡ୍ରାଗ୍-ଫ୍ଲିକର ରୁପିନ୍ଦର ପାଲ୍ ସିଂହ ଓ ବୀରେନ୍ଦ୍ର ଭାରତୀୟ ହକି ଟିମରୁ ଅବସର ଘୋଷଣା କରିଥିବା ଦର୍ଶାଇଛନ୍ତି ।
ନଜର ପକାନ୍ତୁ ବୀରେନ୍ଦ୍ର ଲାକ୍ରାଙ୍କ ସଫଳତମ ହକି କ୍ୟାରିୟର ଉପରେ...
- SAIL ହକି ଏକାଡେମୀ ରାଉରକେଲାରୁ ପ୍ରଶିକ୍ଷଣ ସହ ଯାତ୍ରା ଆରମ୍ଭ କରିଥିବା ଡିଫେଣ୍ଡର ବୀରେନ୍ଦ୍ର, ମୋଟ୍ ୨୦୧ଟି ମ୍ୟାଚ୍ ଖେଳିଛନ୍ତି ଓ ୧୦ଟି ଗୋଲ୍ ସ୍କୋର କରିଛନ୍ତି ।
- ପ୍ରଥମେ ବର୍ଷ ୨୦୦୯ରେ ସିଡନୀରେ ଆୟୋଜିତ ୟୁଥ ଅଲମ୍ପିକ୍ ଫେଷ୍ଟିଭାଲରେ ସେ ଭାରତକୁ ପ୍ରତିନିଧିତ୍ବ କରିଥିଲେ ।
- ପରେ ୨୦୦୯ ଜୁନିୟର ବିଶ୍ବକପ ଓ ୨୦୧୦ରେ ଢାକାରେ ଅନୁଷ୍ଠିତ SAAF ଗେମ୍ସରେ ଦମ ଦେଖାଇଥିଲେ । ପରେ ବର୍ଷ ୨୦୧୧ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଚମ୍ପିଆନ୍ସ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଜଲୱା ଦେଖାଇଥିଲେ । ପରେ ନିଜର ରାଙ୍କ୍ ବୃଦ୍ଧି କରିବା ସହ ସିନିୟର ଟିମ ଆଡକୁ ମୁହାଁଇଥିଲେ ବୀରେନ୍ଦ୍ର । ଏହା ସୁଯୋଗ ପାଇଁ ତାଙ୍କୁ ବେଶୀଦିନ ଅପେକ୍ଷା କରିବାକୁ ପଡିନଥିଲା ।
- ୨୦୧୦ ସାଉଥ ଏସିଆନ ଗେମ୍ସରେ ସିନିୟର ନ୍ୟାସନାଲ ଟିମରେ ଡେବ୍ୟୁ କରିଥିଲେ । ଏହାପରେ ଭାରତୀୟ ହକି ଟିମର ଅନେକ ସ୍ମରଣୀୟ ମ୍ୟାଚ୍ରେ ସେ ସଦସ୍ୟ ରହିଛନ୍ତି । ଏହାମଧ୍ୟରେ ରହିଛି ୨୦୧୪ ଏସିଆନ ଗେମ୍ସର ସଫଳତା, ରାୟପୁରରେ ଅନୁଷ୍ଠିତ ୨୦୧୫ ବିଶ୍ବ ଲିଗ୍ ଫାଇନାଲରେ ବ୍ରୋଞ୍ଜ ବିଜୟ, ୨୦୧୪ କମନୱେଲ୍ଥ ଗେମ୍ସରେ ରୌପ୍ୟ ବିଜୟ, ଭୁବନେଶ୍ବରରେ ବର୍ଷ ୨୦୧୯ରେ FIH ପୁରୁଷ ସିରିଜ ଫାଇନାଲ ଟୁର୍ଣ୍ଣାମେଣ୍ଟ ।
ଲଢୁଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ରାଉରକେଲାରୁ ଆରମ୍ଭ ଟୋକିଓରେ ଶେଷ - ଲମ୍ବା କ୍ୟାରିୟରରେ ବୀରେନ୍ଦ୍ର ଦୁଇଟି ଅଲମ୍ପିକରେ ଭାରତର ପ୍ରତିନିଧିତ୍ବ କରିଛନ୍ତି ଓ ୨୦୧୪, ୨୦୧୮ FIH ପୁରୁଷ ହକି ବିଶ୍ବକପ ସମେତ ପ୍ରାୟତଃ ସମସ୍ତ ବଡ ଟୁର୍ଣ୍ଣାମେଣ୍ଟରେ ନଜର ଆସିଛନ୍ତି ।
- ଆହତ କାରଣରୁ ୨୦୧୬ ରିଓ ଅଲମ୍ପିକ୍ ଖେଳିବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ଦମଦାର କମବ୍ୟାକ କରିଥିଲେ ଓ ୨୦୧୬ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଟିମ ଇଣ୍ଡିଆର ସ୍ବର୍ଣ୍ଣ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ ।
- ଜାତୀୟ ଟିମ ପାଇଁ ୨୦୦ତମ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ଟୋକିଓ ଅଲମ୍ପିକ୍ରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଥିଲେ ବୀରେନ୍ଦ୍ର ।
- ଅବସର ଘୋଷଣା ପରେ ହକି ଇଣ୍ଡିଆ ବୀରେନ୍ଦ୍ରଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ହକି ପ୍ରତି ବିଶେଷ ଅବଦାନ ପାଇଁ ଧନ୍ୟବାଦ ଜଣାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ