ନୂଆଦିଲ୍ଲୀ: ଭାରତୀୟ ଅଲମ୍ପିକ କମିଟି(IOC)ର ସଭାପତି ଓ ଉପ-ସଭାପତିଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ । ଉଭୟ ଶୀର୍ଷ ନେତୃତ୍ବଙ୍କ ମଧ୍ୟରେ ଇମେଲ ଯୁଦ୍ଧ ପରେ ମାମଲା ଏବେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି ।
ଗତ ସପ୍ତାହରେ ଉପ-ସଭାପତି ସୁଧାଂଶୁ ମିତ୍ତଲ, ଆଇଓସି ସଭାପତି ନରିନ୍ଦର ବାତ୍ରାଙ୍କ ନାଁରେ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଓ ଅଯୋଗ୍ୟତାର ସଙ୍ଗୀନ ଅଭିଯୋଗ ଆଣିଥିଲେ । ମାତ୍ର ଅନ୍ତର୍ଜାତୀୟ ହକି ଫେଡେରେସନ ବାତ୍ରାଙ୍କୁ ଜୁନ 12ରେ କ୍ଳିନଚିଟ୍ ଦେଇଥିଲା । କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି ସ୍ପଷ୍ଟ କରିଥିଲା ।