ଓଡିଶା

odisha

ETV Bharat / sports

ସ୍ବାଗତମ୍‌ ହକି ଟିମ ଇଣ୍ଡିଆ, ବିମାନବନ୍ଦରରେ ସୁଦର୍ଶନ ପଟ୍ଟନାୟକଙ୍କ ମନଲୋଭା ବାଲୁକାକଳା - ହକି ଟିମ ଇଣ୍ଡିଆ

ମଙ୍ଗଳବାର ଅଲମ୍ପିକ ହକି ଟିମ ଇଣ୍ଡିଆକୁ ଭୁବନେଶ୍ବରରେ ସ୍ବାଗତ କରିବ ଓଡିଶା । ଅଧିକ ପଢନ୍ତୁ...

Int'l Sand Artist  Sudarsan Pattnaik's sand art at the Biju Patnaik International Airport to welcome Indian Hockey teams tomorrow in Bhubaneswar.
ସ୍ବାଗତମ୍‌ ହକି ଟିମ ଇଣ୍ଡିଆ, ବିମାନବନ୍ଦରରେ ସୁଦର୍ଶନ ପଟ୍ଟନାୟକଙ୍କ ମନଲୋଭା ବାଲୁକାକଳା

By

Published : Aug 16, 2021, 10:36 PM IST

ଭୁବନେଶ୍ବର: ମଙ୍ଗଳବାର ଅଲମ୍ପିକ ହକି ଟିମ ଇଣ୍ଡିଆକୁ ଭୁବନେଶ୍ବରରେ ସ୍ବାଗତ କରିବ ଓଡିଶା । ସୁସ୍ବାଦୁ ଖାଦ୍ୟ ସହିତ ସମ୍ବର୍ଦ୍ଧନା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ତେବେ ଅନ୍ତର୍ଜାତୀୟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବାଲୁକା କଳା ମାଧ୍ୟମରେ ହକି ଟିମ ଇଣ୍ଡିଆକୁ ସ୍ବାଗତ ଜଣାଇଛନ୍ତି । "ଆମେ ହକିକୁ ଭଲପାଉ, ଓ ସମସ୍ତ ହକି ଖେଳାଳିଙ୍କ ପାଇଁ ଓଡିଶା ଗର୍ବିତ," ବାଲୁକାଚିତ୍ରରେ ଏହା ଲେଖିଛନ୍ତି ସୁଦର୍ଶନ ।

ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଏହି ଫଟୋକୁ ସେୟାର କରାଯିବା ସହ ଆସନ୍ତାକାଲି ଟୋକିଓ ଅଲମ୍ପିକ ହକି ଟିମ ଇଣ୍ଡିଆ ଓଡିଶା ଆସୁଥିବା ସ୍ପଷ୍ଟ କରାଯାଇଛି ।

ଆସନ୍ତାକାଲି ସକାଳ 11.00ଟାରେ ଭୁବନେଶ୍ବର ବିମାନବନ୍ଦରରେ ୨ଟି ଯାକ ହକି ଟିମ ପହଞ୍ଚିବାର ସୂଚନା ରହିଛି । ସେମାନଙ୍କୁ ସ୍ବାଗତ କରିବା ପାଇଁ ଜୋରଦାର ବ୍ୟବସ୍ଥା କରାଯାଇଛି ।

୪୧ ବର୍ଷ ପରେ ଅଲମ୍ପିକ ହକି ପ୍ରତିଯୋଗିତାରେ ଟୋକିଓରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ଜିତି ଇତିହାସ ରହିଛି । ସେହିପରି ସେମିଫାଇନାଲ୍‌ରେ ମହିଳା ହକି ଟିମର ଲଢ଼ୁଆ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଟିମକୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲେ । ଓଡିଶା ସରକାର ଉଭୟ ଟିମର ପ୍ରାୟୋଜକ ଥିବାରୁ ଓଡିଶା ମାଟିରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଜୋରଦାର ପ୍ରସ୍ତୁତି ହେଉଛି ।

ଉଭୟ ମହିଳା ଓ ପୁରୁଷ ହକି ଟିମ ସ୍ୟାଣ୍ଡି ଟାଓ୍ବାରରେ ରହିବା ନେଇ ବ୍ୟବସ୍ଥା ହୋଇଛି । ସେଠାରେ ସେମାନଙ୍କ ପାଇଁ ୪୦ଟି ରୁମ୍ ବୁକ୍ କରାଯାଇଛି । ସମସ୍ତ କୋଭିଡ କଟକଣା ମଧ୍ୟରେ ସେମାନଙ୍କୁ ସ୍ବାଗତ କରିବା ପାଇଁ ହେଟେଲ୍‌ ପକ୍ଷରୁ ବହୁତ ସୁନ୍ଦର ବ୍ୟବସ୍ଥା ସବୁ କରାଯାଇଛି । ପୂର୍ବରୁ ପ୍ରାକ୍ଟିସ ସମୟରେ ଖେଳାଳିମାନେ ସେହି ହୋଟେଲରେ ରହିଥିଲେ । ଫଳରେ ସେଠାରେ ମନ ପସନ୍ଦର ଖାଦ୍ୟ ଖେଳାଳିଙ୍କୁ ଅପେକ୍ଷା କରିଥିବା କହିଛନ୍ତି ସ୍ୟାଣ୍ଡି ଟାୱାର ର ସେଫ୍ । ହୋଟେଲ୍ ର ସମସ୍ତ କର୍ମଚାରୀ ଯେଉଁମାନେ ଖେଳାଳିଙ୍କ ସେବାରେ ରହିବେ ସମସ୍ତଙ୍କ RT-PCR ଟେଷ୍ଟ ସହ ସେମାନେ ଡବଲ ଡୋଜ୍ ଟିକା ନେଇଛନ୍ତି । ଖେଳାଳିମାନେ ରହିବାକୁ ଥିବା ରୁମ୍ ଗୁଡିକୁ ସାନିଟାଇଜ୍ କରାଯାଇ ସୁନ୍ଦର ଭାବେ ସଜାଯାଇଛି । ଡାଇନିଂ ଟେବୁଲ୍ ମଧ୍ୟ ଖୁବ୍ ସୁନ୍ଦର ଭାବେ ସଜାଯାଇଛି ।

ମନ୍ ପସନ୍ଦର ଖାଦ୍ୟରେ ଭେଜ୍‌ରେ ଷ୍ଟାଟର ଭାବେ ସୁଫିଆନ୍ ପନିର ଟିକ୍କା, କ୍ରିସପି କର୍ କବାନ୍, ନନ୍ ଭେଜ୍ ରେ ଚିକେନ୍, ଚିଙ୍ଗୁଡି ଓ ମାଛର ବିଭିନ୍ନ ଷ୍ଟାଟର ରହିଛି । ସୁପ୍ ରେ ମଧ୍ୟ ଭେରାଇଟି ସୁପ୍ ରହିଛି ବିଭିନ୍ନ ପ୍ରକାର ନନ୍‌ ଭେଜ୍ ବିରିୟାନୀ ସେମାନଙ୍କୁ ପରଷାଯିବ । ମିଠାରେ ସେମାନଙ୍କୁ ଛେନା ପୋଡ, ରସଗୋଲା, ଗୁଲାବ ଜାମୁନ ପରଷାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details