ଓଡିଶା

odisha

ETV Bharat / sports

2023 ବିଶ୍ବକପ ହକି: ରାଉରକେଲା ଷ୍ଟାଡିଅମର ଭିତ୍ତିଭୂମି ପରଖିଲେ ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି - ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି

ରାଉରକେଲା ଷ୍ଟାଡିୟମର ଭିତ୍ତିଭୂମି ପରଖିଲେ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି। 2023 ମସିହାରେ ଓଡ଼ିଶାର ବିଶ୍ବକପ ହକି ଆୟୋଜନ ହେବ। ଅଧିକ ପଢ଼ନ୍ତୁ...

International Hockey Federation officials survey the preparation in Rourkela stadium for Hockey World Cup 2023
ରାଉରକେଲା ଷ୍ଟାଡିୟମର ଭିତ୍ତିଭୁମି ପରଖିଲେ ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି

By

Published : Dec 11, 2020, 3:47 PM IST

Updated : Dec 11, 2020, 8:55 PM IST

ରାଉରକେଲା:ରାଉରକେଲା ଷ୍ଟାଡିୟମର ଭିତ୍ତିଭୂମି ପରଖିଲେ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି। 2023 ମସିହାରେ ଓଡ଼ିଶାର ବିଶ୍ବକପ ହକି ଆୟୋଜନ ହେବ। ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉକେଲା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ବିଶ୍ବକପ ହକିର ଏହି ମହାକୁମ୍ଭ ଆରମ୍ଭ ହେବ। ଏଥିପାଇଁ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ରାଉରକେଲା ଷ୍ଟାଡିୟମରେ ପହଞ୍ଚି ଏହାର ଭିତ୍ତିଭୂମି ପରଖିଛନ୍ତି।

ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା ପହଞ୍ଚିବା ପରେ ପ୍ରଥମେ ରାଉରକେଲା ଷ୍ଟାଡିୟମରେ ଆବଶ୍ୟକ ସୁବିଧା ସୁଯୋଗର ସମୀକ୍ଷା କରିଥିଲେ। ଏହାପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହ ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ କରାଯିବାକୁ ଥିବା ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କ ଆଲୋଚନା କରିଥିଲେ। ଏହାସହ ଡ୍ରେସିଂରୁମ, ଖେଳ ପଡ଼ିଆ ଉନ୍ନତୀକରଣ, ବ୍ୟାୟାମଶାଳ ନିର୍ମାଣ ପାଇଁ ବ୍ଲୁ ପ୍ରିଣ୍ଟ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି।

2023ରେ ବିଶ୍ବକପ ହକି ଓଡ଼ିଶାରେ ଆୟୋଜନ ହେବ। ଏଥିପାଇଁ ରାଉରକେଲା ଓ ଭୁବନେଶ୍ବରର ଦୁଇଟି ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ନିୟମିତ ବ୍ୟବଧାନରେ ରାଜ୍ୟ କ୍ରୀଡ଼ା ବିଭାଗ ଅଧିକାରୀ ରାଉରକେଲା ଗସ୍ତ କରି ସ୍ଥିତି ପରଖୁଛନ୍ତି। ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ରାଉରକେଲା ଷ୍ଟାଡିୟମ ପରିଦର୍ଶନ ଅବସରରେ ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡ଼ା ଓ ଶୈଳେନ୍ଦ୍ର ଜେନା ଭାରତୀୟ ହକି ସଂଘର ବିକ୍ରମ ପାଲ ମଧ୍ୟ ଏହି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି।

ଏହାସହ ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ସହ ଆଉ ଏକ ଆଲୋଚନା ମଧ୍ୟ ହୋଇଥିଲା। ଏହି ବୈଠକରେ ରାଜ୍ୟ କ୍ରୀଡ଼ା ସଚିବ, ଜିଲ୍ଲାପାଳ ନିଖୀଲ ପବନ କଲ୍ୟାଣ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। 2018 ମସିହାରେ ଓଡ଼ିଶାରେ ହକି ବିଶ୍ବକପର ସଫଳ ଆୟୋଜନ ହୋଇଥିଲା। ଏହାପରେ 2023ରେ ପୁଣି ଥରେ ଓଡ଼ିଶାକୁ ଏହି ସୁଯୋଗ ମିଳିଛି। 2023 ମସିହା ଜାନୁଆରୀ 29 ତାରିଖରୁ ହକିର ଏହି ମହାକୁମ୍ଭ ଆରମ୍ଭ ହେବ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଏହାର ମୁଖ୍ୟ ଷ୍ଟାଡିୟମ ରହିବ। ତେବେ ପ୍ରଥମ ଥର ପାଇଁ ରାଉରକେଲାକୁ ଦ୍ବିତୀୟ ଷ୍ଟାଡିୟମ ଭାବରେ ବିଶ୍ବକପ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2020, 8:55 PM IST

ABOUT THE AUTHOR

...view details