ହାଇଦ୍ରାବାଦ:ହକି ଟିମ ଇଣ୍ଡିଆର ଟୋକିଓ ଅଲମ୍ପିକ ପ୍ରସ୍ତୁତିକୁ ବଡ ଝଟକା । FIH ହକି ପ୍ରୋ-ଲିଗ୍ରେ ସ୍ପେନ ଓ ଜର୍ମାନୀ ବିପକ୍ଷରେ ଖେଳାଯିବାକୁ ଥିବା ଭାରତର ଆଗାମୀ ମ୍ୟାଚ୍ ସ୍ଥଗିତ ହୋଇଛି । ଭାରତରେ ମହାମାରୀ କୋରାନାର ସଂକଟ ସ୍ଥିତି ସଙ୍ଗୀନ ଥିବାବେଳେ ଅନ୍ତର୍ଜାତୀୟ ବିମାନ ଯାତ୍ରା କଟକଣା ଯୋଗୁଁ ଏହି ମ୍ୟାଚ ସ୍ଥଗିତ ହୋଇଛି ।
ମେ 15 ଓ 16ରେ ସ୍ପେନ ବିପକ୍ଷରେ ଓ ମେ 22 ଓ 23ରେ ଜର୍ମାନୀ ବିପକ୍ଷରେ ଭାରତର ମ୍ୟାଚ ରହିଥିଲା । ଏନେଇ ଏଫଆଇଏଚ ଏକ ଘୋଷଣାନାମା ଜାରି କରିଛି । ତେବେ ଏହି ମ୍ୟାଚକୁ ପୁନଃ ଆୟୋଜନ ପାଇଁ ସମସ୍ତ ବିକଳ୍ପ ଚିନ୍ତା କରାଯାଉଥିବା ମଧ୍ୟ ଏଫଆଇଏଚ୍ ସ୍ପଷ୍ଟ କରିଛି ।