ହାଇଦ୍ରାବାଦ:ଭାରତୀୟ ମହିଳା ହକି ଟିମ ଗୁରୁବାର ଜର୍ମାନୀ ଗସ୍ତ ଶେଷ କରିଛି । ଚତୁର୍ଥ ତଥା ଶେଷ ମ୍ୟାଚରେ 1-2 ପରାଜୟ ସହ ଅଭିଯାନ ଶେଷ କରିଛି ରାନୀ ରାମପାଲଙ୍କ ଟିମ ।
ବିଶ୍ବ ହକି ମାନ୍ୟତାର 3 ନଂ ସ୍ଥାନରେ ଥିବା ଜର୍ମାନୀ ପକ୍ଷରୁ ମ୍ୟାଚର 29ତମ ମିନିଟରେ ନାଓମି ହେୟନ ଓ 37ତମ ମିନିଟରେ ଚାର୍ଲୋଟ ଷ୍ଟାପେନହର୍ଷ୍ଟ ଗୋଲ୍ କରିଥିଲେ । ଅନ୍ୟପଟେ ଭାରତ ପକ୍ଷରୁ ଲାଲ୍ରେସିଆମି 51ତମ ମିନିଟରେ ଏକମାତ୍ର ଗୋଲ୍ କରିଥିଲେ ।