ଓଡିଶା

odisha

ETV Bharat / sports

ଭାରତ ପାଇଁ ଖେଳୁଥିଲେ ସେ, ଆସିଲା ବାପାଙ୍କ ମୃତ୍ୟୁଖବର - father

ଭାରତ ପାଇଁ ଏକ ବଡ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ନିଜ ବାପାଙ୍କ ମୃତ୍ୟୁ ଖବର ସେ ଶୁଣିବାକୁ ପାଇଥିଲେ । କୋଚଙ୍କ ପାଖେ ପହଞ୍ଚି ସେ କହିଥିଲେ 'ମୁଁ ରହିବି' 'ମୁଁ ଖେଳିବାକୁ ଚାହେଁ ', ମୋ ବାପାଙ୍କୁ ' ମୁଁ ଗର୍ବିତ କରିବାକୁ ଚାହେଁ ' । ସେ ଚମ୍ପିଆନ ହେଉଛନ୍ତି ମହିଳା ହକି ଭାରତୀୟ ଦଳର ଖେଳାଳି ଲାଲ୍ରେସିଆମି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jun 23, 2019, 11:22 PM IST

ହାଇଦ୍ରାବାଦ: କୁହାଯାଏ ଭାରତବାସୀ ଭାରି ସାହସୀ । ଭାରତୀୟ ନାରୀ ଧୈର୍ଯ୍ୟର ପ୍ରତୀକ । ପରିବାର ଆଗରେ ଦେଶ ବଡ ପ୍ରମାଣ କରିଛନ୍ତି ଏହି ଭାରତୀୟ ଖେଳାଳି । ନିଜ ଦେଶ ପାଇଁ ଏକ ବଡ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ବେଳେ ନିଜ ବାପାଙ୍କ ମୃତ୍ୟୁ ଖବର ସେ ଶୁଣିବାକୁ ପାଇଥିଲେ । ପରେ ତାଙ୍କୁ ଘରକୁ ଫେରିଯିବାକୁ କୁହାଯାଇଥିଲା । ତେବେ କୋଚଙ୍କ ପାଖେ ପହଞ୍ଚି ସେ କହିଥିଲେ 'ମୁଁ ରହିବି' 'ମୁଁ ଖେଳିବାକୁ ଚାହେଁ ', ମୋ ବାପାଙ୍କୁ ' ମୁଁ ଗର୍ବିତ କରିବାକୁ ଚାହେଁ ' । ସେ ଚମ୍ପିଆନ ମହିଳା ହକି ଭାରତୀୟ ଦଳର ଖେଳାଳି ଲାଲ୍ରେସିଆମି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଜାପାନର ହିରୋସୀମାରେ FIH ହକି ସିରିଜ ଫାଇନାଲରେ ଚମ୍ପିଆନ ହୋଇଛି ଭାରତ । ଘରୋଇ ଜାପାନକୁ 3-1ଗୋଲରେ ମାତ ଦେଇ ବିଜୟବାନା ଉଡାଇଛି ଟିମ ଇଣ୍ଡିଆ । ତେବେ ଗୁରୁତ୍ତ୍ବପୂର୍ଣ୍ଣ ସେମିଫାଇନାଲ ପୂର୍ବରୁ ଲାଲ୍ରେସିଆମି ବାପାଙ୍କ ମୃତ୍ୟୁ ଖବର ପାଇଥିଲେ । ତେବେ ସେମିଫାଇନାଲରେ ଭାରତ ଜିତିଲେ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସେଥିପାଇଁ ଫର୍ମରେ ଥିବା ଲାଲ୍ରେସିଆମି ଦେଶ ପାଇଁ ଖେଳିବାକୁ ଶ୍ରେୟ ମଣିଥିଲେ । ଭାରତ ସେମିଫାଇନାଲରେ ଏକତରଫା ବଡ ବ୍ୟବଧାନରେ ଜିତିଲା । ଓ ଫାଇନାଲରେ ଚମ୍ପିଆନ ହେଲା । ଏହି ଦେଶପ୍ରେମ ପାଇଁ ଲାଲ୍ରେସିଆମିଙ୍କୁ କୋଟି କୋଟି ଭାରତୀୟ ସଲାମ କରୁଛନ୍ତି । ଦେଶର କ୍ରିଡା ମନ୍ତ୍ରୀ କିରେନ ରିଜ୍ଜୁ ଟ୍ବିଟରେ ଦୁଖ ଜଣାଇବା ସହିତ ଏମିତି ଖେଳାଳିଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭାରତୀୟ ମହିଳା ହକି ଦଳକ କ୍ୟାପଟେନ ରାନି ମଧ୍ୟ ଗର୍ବିତ କହିଛନ୍ତି । ଏହି ଘଟଣା ପରେ ଟ୍ବିଟରରେ ଲାଲ୍ରେସିଆମିଙ୍କୁ ସବୁ ମହଲରୁ ସାବାସୀ ମିଳିବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ABOUT THE AUTHOR

...view details