ଓଡିଶା

odisha

ଅଷ୍ଟ୍ରେଲିଆ ଗସ୍ତ: 3-0ଗୋଲରେ ଭାରତର ଏକତରଫା ବିଜୟ

ବିଜୟ ସହ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିଛି ଭାରତୀୟ ହକି ଟିମ୍ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ-ଏ କୁ ୩-୦ ଗୋଲରେ ପରାସ୍ତ କରିଛି ଭ୍ରମଣକାରୀ ଭାରତ ।

By

Published : May 11, 2019, 5:30 AM IST

Published : May 11, 2019, 5:30 AM IST

ଫଟୋ ସୌଜନ୍ୟ- ଟ୍ବିଟର @TheHockeyIndia

ପର୍ଥ: ବିଜୟ ସହ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିଛି ଭାରତୀୟ ହକି ଟିମ୍ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ-ଏ କୁ ୩-୦ ଗୋଲରେ ପରାସ୍ତ କରିଛି ଭ୍ରମଣକାରୀ ଭାରତ । ଦଳ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ରୂପିନ୍ଦର ପାଲ୍ ସିଂହ । ପରେ ଦୁଇଟି ଗୋଲ ହିଟ କରିଛନ୍ତି ଯୁବ ଖେଳାଳି ସୁମିତ୍ କୁମାର ।

ଫଟୋ ସୌଜନ୍ୟ- ଟ୍ବିଟର @TheHockeyIndia

ତେବେ ଭାରତ ପାଇଁ ଏହି ଏକତରଫା ମ୍ୟାଚ ବେଶ ସହଜ ରହିଥିଲା । ଆହତ କାରଣରୁ ଆଠମାସ ପରେ ଦଳକୁ ଫେରିଥିବା ରୂପିନ୍ଦର ମ୍ୟାଚର 6ମ ମିନିଟରେ ଗୋଲ୍ ଦେଇ ଭାରତର ଜୋସ ବଢାଇଥିଲେ । ଏହା ପରେ ସୁମିତ୍ 12ତମ ଓ ୧୩ତମ ମିନିଟରେ ଲଗାତାର ଦୁଇଟି ଗୋଲ୍ ଦେଇ ଭାରତକୁ ଅଗ୍ରଣୀ କରିଥିଲେ ।

ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଘରୋଇ ଦଳ ଉପରେ ଚାପ ପକାଇଥିଲା । ପ୍ରଥମ କ୍ୱାର୍ଟରରେ ହିଁ ତିନୋଟି ଯାକ ଗୋଲ୍ ହୋଇଥିଲା ଦଳ । ଷଷ୍ଠ ମିନିଟରେ ଭାରତକୁ ପ୍ରଥମ ଶର୍ଟ କର୍ଣ୍ଣର ମିଳିଥିଲା, ଯାହାକୁ ରୂପିନ୍ଦର ଚମତ୍କାର ଢ଼ଙ୍ଗରେ ଗୋଲରେ ପରିଣତ କରିଥିଲେ । ଏଥିସହ ଭାରତ ପ୍ରଥମ କ୍ୱାର୍ଟରରେ ୩-୦ର ଅଗ୍ରଣୀ ହାସଲ କରିନେଇଥିଲା । ତେବେ ବାକି ତିନୋଟି କ୍ୱାର୍ଟର୍ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ଏଥିରେ କେହି କାହାରିକୁ ଗୋଲ୍ ଦେଇପାରିନଥିଲେ । ଫଳରେ ଭାରତ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା ।

ସୋମବାର ଭାରତ ତା’ର ପରବର୍ତ୍ତୀ ମୁକାବିଲା ଖେଳିବ ।

ABOUT THE AUTHOR

...view details