ପର୍ଥ: ସୋମାବର ଖେଳାଯାଇଥିବା ଅଷ୍ଟ୍ରେଲିଆ ଗସ୍ତର 2ୟ ମ୍ୟାଚରେ ପରାଜୟରୁ ଅଳ୍ପକେ ବର୍ତ୍ତି ଯାଇଛି ଭାରତୀୟ ହକି ଦଳ । ଭାରତୀୟ ଡ୍ରାଗଫ୍ଲିକର ହରମନପ୍ରୀତ ସିଂଙ୍କ ଅନ୍ତିମ ମିନିଟ୍ରେ ଗୋଲ ଯୋଗୁଁ ଅଷ୍ଟ୍ରେଲିଆ-ଏ ସହ 1-1ରେ ମ୍ୟାଚ ଡ୍ର କରିଛି ଭାରତ ।
ତେବେ ମ୍ୟାଚ୍ ଆରମ୍ଭରୁ ଘରୋଇ ଦଳର ଦୁଇଟି ଗୋଲକୁ ଚମତ୍କାର ଭାବରେ ଅଟକାଇଥିଲେ ଭାରତୀୟ ଗୋଲକିପର । ମାତ୍ର ଆକ୍ରମଣ ଜାରି ରଖି ମ୍ୟାଚର ୨୧ତମ ମିନିଟ୍ରେ ଘରୋଇ ଦଳ ଦେଇଥିଲା ପ୍ରଥମ ଗୋଲ । ଏହି ଗୋଲ କରିଥିଲେ କିରନ ଅରୁନାସାଲାମ । ଫଳରେ ଭାରତୀୟ ଦଳ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୧-୦ ଗୋଲରେ ପଛୁଆ ରହିଥିଲା ।