ଓଡିଶା

odisha

ETV Bharat / sports

ବେଲଜିୟମ ବିପକ୍ଷରେ ଭାରତର କ୍ରମାଗତ 4ର୍ଥ ବିଜୟ - ଭାରତୀୟ ହକି ଦଳର ବିଜୟ

ବେଲଜିୟମ ଗସ୍ତରେ ଥିବା ଭାରତୀୟ ଦଳ କ୍ରମାଗତ 4ଟି ମ୍ୟାଚରେ ବିଜୟୀ ହୋଇଛି । 4ର୍ଥ ମ୍ୟାଚରେ 2-1 ଗୋଲରେ ଘରୋଇ ବେଲଜିୟମକୁ ହରାଇଛି ଟିମ ଇଣ୍ଡିଆ ।

ଫଟୋ ସୌଜନ୍ୟ: twitter@TheHockeyIndia

By

Published : Oct 1, 2019, 9:16 PM IST

ହାଇଦ୍ରାବାଦ: ଭାରତୀୟ ହକି ଦଳର ଆଉ ଏକ ବିଜୟ । ବେଲଜିୟମ ଗସ୍ତରେ ଥିବା ଭାରତୀୟ ଦଳ କ୍ରମାଗତ 4ଟି ମ୍ୟାଚରେ ବିଜୟୀ ହୋଇଛି । ଆଜି ଖେଳାଯାଇଥିବା 4ର୍ଥ ମ୍ୟାଚରେ 2-1 ଗୋଲରେ ଘରୋଇ ବେଲଜିୟମକୁ ହରାଇଛି ଟିମ ଇଣ୍ଡିଆ ।

ଫଟୋ ସୌଜନ୍ୟ: twitter@TheHockeyIndia

ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା ଟିମ ଇଣ୍ଡିଆ । ବିଶ୍ବ ହିକ ମାନ୍ୟତାର 2 ନଂ ସ୍ଥାନରେ ଥିବା ବେଲଜିୟମ ଭାରତର ଆକ୍ରମଣକୁ ପ୍ରତିହତ କରିବାକୁ ଚେଷ୍ଟ କରି ବିଫଳ ହୋଇଥିଲା । ଭାରତ ପକ୍ଷରୁ ଅମିତ ରୋହିଦାସ ମ୍ୟାଚର 10 ମିନିଟରେ ପ୍ରଥମ ଗୋଲ କରିଥିଲେ ।


ମ୍ୟାଚର 33ତମ ମିନିଟରେ ବେଲଜିୟମ କ୍ୟାପଟେନ ଗୋଲ କରି ସ୍କୋର 1-1ରେ ବରାବର କରିଥିଲେ । ତେବେ ଭାରତ ପକ୍ଷରୁ ସିମ୍ରନଜିତ ସିଂହ 52 ତମ ମିନିଟରେ ଆକର୍ଷଣୀୟ ଗୋଲ କରିଥିଲେ । ଫଳରେ ଭାରତ 2-1ରେ ବିଜୟୀ ହୋଇଥିଲା ।

ABOUT THE AUTHOR

...view details