ସେଣ୍ଟିଆଗୋ: ଚିଲିର ସିନିୟର ହକି ମହିଳା ଦଳକୁ ହରାଇଲା ଭାରତୀୟ ଜୁନିଅର ହକି ମହିଳା ଦଳ। ଏହାସହ ଚିଲି ଗସ୍ତରେ ଭାରତ ନିଜର ବିଜୟ ଧାରା ବଜାୟ ରଖିଛି। ଶନିବାର ଖେଳାଯାଇଥିବା ଏକ ମ୍ୟାଚରେ ଭାରତୀୟ ଦଳକୁ ଚିଲି ଦଳକୁ 2-0 ଗୋଲରେ ପରାସ୍ତ କରିଛି। ମ୍ୟାଚର 48ତମ ମିନିଟରେ ସଙ୍ଗିତା କୁମାରୀ ପ୍ରଥମ ଗୋଲ ଦେଇଥିଲେ। ଏହାପରେ ମ୍ୟାଚର 56ତମ ମିନିଟରେ ସୁଷମା କୁମାରୀ ଦ୍ବିତୀୟ ଗୋଲ ଦେଇଥିଲେ।
ଏହି ମୁକାବିଲା ଅତି ରୋଚକ ରହିଥିଲା। କାରଣ ମ୍ୟାଚ ଆରମ୍ଭ ହେବାର 3ଟି କ୍ବାର୍ଟରରେ କେହି କାହାକୁ ଗୋଲ ଦେଇ ପାରିନଥିଲେ। ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା। ଦୁଇ ଦଳ ପରସ୍ପରକୁ କେତୋଟି ଗୋଲ ଦେବାର ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ କେହି ଗୋଲ ଦେବାରେ ସଫଳ ହୋଇନଥିଲେ। ଜବରଦସ୍ତ ପ୍ରଦର୍ଶନ କରି ଦୁଇ ଦଳ ଡେଡଲକକୁ ବରାବର ରଖିଥିଲେ।