ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ FIH ପୁରୁଷ ହକି ରାକିଙ୍ଗ୍( FIH Men's ranking)ରେ ନିଜର ତୃତୀୟ ସ୍ଥାନ ବଜାୟ ରଖିଛି । ସଦ୍ୟ ପ୍ରକାଶିତ ହକି ମାନ୍ୟତାରେ ଅଷ୍ଟ୍ରେଲିଆ ପ୍ରଥମ ଓ ବେଲଜିୟମ ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ଭାରତୀୟ ମହିଳା ହକି ଟିମ ଗୋଟିଏ ସ୍ଥାନ ତଳକୁ ଖସି ନବମ ସ୍ଥାନରେ ରହିଛି ।
ଚଳିତ ବର୍ଷ FIH ରାକିଙ୍ଗ୍ ପ୍ରକାଶ ପରେ ଭାରତୀୟ ପୁରୁଷ ଟିମ ସର୍ବକାଳୀନ ଶ୍ରେଷ୍ଠ ମାନ୍ୟତା ତୃତୀୟ ସ୍ଥାନ ହାସଲ କରିଥିଲା । ଅଲମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ଟିମ ଇଣ୍ଡିଆ ୨୨୯୬.୦୩୮ ପଏଣ୍ଟ ସହ ତୃତୀୟରେ ସନ୍ତୁଷ୍ଟ ହୋଇଛି । ଏସିଆନ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲରେ ଜାପାନ ଠାରୁ ପରାଜୟ ଟିମକୁ ନିରାଶ କରିଛି । ପରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲା ମନପ୍ରୀତ ସିଂହଙ୍କ ଟିମ ।