ଚଣ୍ଡିଗଡ: ଆଉ ନାହାନ୍ତି କିମ୍ବଦନ୍ତୀ ଭାରତୀୟ ହକି ତାରକା ବଲବୀର ସିଂହ । 95 ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ଏହି ମହାନ ଭାରତୀୟ ହକି ଖେଳାଳି । ଅସୁସ୍ଥ ହୋଇ ପ୍ରାୟ ଦୁଇ ସପ୍ତାହ ଧରି ହସ୍ପିଟାଲରେ ସଂଘର୍ଷ ପରେ ଶେଷରେ ହାରିଯାଇଛନ୍ତି 3 ଥରର ଅଲମ୍ପିକ ମେଡାଲ ବିଜେତା ବଲବୀର ସିଂହ ।
ବିଦାୟ ବିଜେତା, ପରଲୋକରେ ହକି କିମ୍ବଦନ୍ତୀ ବଲବୀର ସିଂହ ତାଙ୍କର ଦେହାନ୍ତ ସହ ସ୍ବର୍ଣ୍ଣିମ ଭାରତୀୟ ହକି ଇତିହାସର ଏକ ଅଧ୍ୟାୟର ଅନ୍ତ ହୋଇଛି । ଭାରତୀୟ ହକିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
ବିଦାୟ ବିଜେତା, ପରଲୋକରେ ହକି କିମ୍ବଦନ୍ତୀ ବଲବୀର ସିଂହ ଆଜି(ସୋମବାର) ସକାଳ 6.30 ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା, ମୋହାଲିର ଫର୍ଟିସ ହସ୍ପିଟାଲର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ମେ 8ରୁ ଫର୍ଟିସ ହସ୍ପିଟାଲ ହସ୍ପିଟାଲରେ ଗୁରୁତର ଅସୁସ୍ଥ ହୋଇ ସେ ଭେଣ୍ଟିଲେଟରରେ ଥିଲେ ।
ବିଦାୟ ବିଜେତା, ପରଲୋକରେ ହକି କିମ୍ବଦନ୍ତୀ ବଲବୀର ସିଂହ ପ୍ରଥମେ ଅଧିକ ଜ୍ବରରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ବ୍ରେନରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଥିଲା । ହକି କିମ୍ବଦନ୍ତୀ ବଲବୀର ସିଂହ ନିଜ ଝିଅ ସୁସବୀର ଓ ତାଙ୍କର 3 ପୁଅ କନୱାଲବୀର, କରନବୀର, ଗୁରବୀରଙ୍କ ସହ ଚଣ୍ଡିଗଡରେ ରହୁଥିଲେ । ସକାଳେ ନାତି କବୀର 'ନାନାଜି ଚାଲିଗଲେ' ବୋଲି ସୂଚନା ଦେଇଥିଲେ ।
- ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଚୟନ କରିଥିବା ବିଶ୍ବର 18 ଜଣ ଖେଳାଳିଙ୍କ ମଧ୍ୟରୁ ବଲବୀର ସିଂହ ଏକ ମାତ୍ର ଭାରତୀୟ ଆଥଲେଟ ରହିଥିଲେ ।
- ଅଲମ୍ପିକ ପୁରୁଷ ହକି ଫାଇନାଲରେ ସର୍ବାଧିକ ବ୍ୟକ୍ତିଗତ ଗୋଲର ବଲବୀର ସିଂହଙ୍କ ରେକର୍ଡ ଏବେବି ଅତୁଟ ରହିଛି ।
- 1952 ଅଲମ୍ପିକ ଗୋଲ୍ଡ ମେଡାଲ ମ୍ୟାଚରେ ନେଦରଲାଣ୍ଡକୁ 6-1 ଗୋଲରେ ହରାଇଥିଲା ଭାରତ । ସେଥିମଧ୍ୟରୁ 5ଟି ଗୋଲ୍ ଏକାକି କରିଥିଲେ ବଲବୀର ସିଂହ । ଏହି ପ୍ରଦର୍ଶନ ପରେ ଭାରତ ସରକାରଙ୍କ ପକ୍ଷରୁ 1957ରେ ତାଙ୍କୁ ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।
- 3ଟି ଅଲମ୍ପିକ ମେଡାଲ ବିଜୟୀ ଭାରତୀୟ ହକି ଦଳରେ ସଦସ୍ୟ ରହିଛନ୍ତି ବଲବୀର ସିଂହ ସିନିୟର । 1948 ଲଣ୍ଡନ ଅଲମ୍ପିକରେ ଗୋଲ୍ଡ ମେଡାଲ, 1952 ହେଲସିଙ୍କି ଅଲମ୍ପିକରେ ଭାଇସ କ୍ୟାପଟେନ ଭାବେ ଗୋଲ୍ଡ ମେଡାଲ, 1956 ମେଲବୋର୍ଣ୍ଣ ଅଲମ୍ପିକରେ କ୍ୟାପଟେନ ଭାବେ ଗୋଲ୍ଡ ମେଡାଲ ବିଜୟୀ ରହିଛନ୍ତି ।
- 1975 ହକି ବିଶ୍ବକପ ବିଜୟୀ ଭାରତୀୟ ଦଳର ମ୍ୟାନେଜର ମଧ୍ୟ ରହିଛନ୍ତି ବଲବୀର ସିଂହ ।
ଗତ 2 ବର୍ଷ ମଧ୍ୟରେ 4ର୍ଥ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପୂର୍ବତନ ହକି ଟିମ ଇଣ୍ଡିଆ କ୍ୟାପଟେନ-କୋଚ ବଲବୀର ସିଂହ । ଗତବର୍ଷ ଜାନୁଆରୀରେ ପ୍ରାୟ 3 ମାସରୁ ଅଧିକ ସମୟ ହସ୍ପିଟାଲରେ ରହିବା ପରେ ସୁସ୍ଥ ହୋଇଥିଲେ । ତେବେ ଚଳିତ ଥର ଚିର ନିଦ୍ରାରେ ଶୋଇଯାଇଛନ୍ତି ଭାରତର ଏହି ଅଦ୍ବିତୀୟ ଚମ୍ପିଆନ ଖେଳାଳି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ