ଓଡିଶା

odisha

ଅଲମ୍ପିକ ହକି ପଦକ ତାଲିକାରେ ଜର୍ମାନୀକୁ ଟପିଲା ଭାରତ

By

Published : Aug 5, 2021, 4:27 PM IST

ଟୋକିଓ ଅଲମ୍ପିକରେ ଭାରତୀୟ ହକି ଟିମ ଐତିହାସିକ ବ୍ରୋଞ୍ଜ ପଦକ ଜିତିବା ପରେ କୋଟିକୋଟି ହକିପ୍ରେମୀଙ୍କ ସ୍ବପ୍ନ ପୂରଣ । ଅଧିକ ପଢନ୍ତୁ...

India surpass Germany, No. 1 on Olympic hockey medals chart
ଅଲମ୍ପିକ ହକି ପଦକ ତାଲିକାରେ ଜର୍ମାନୀକୁ ଟପିଲା ଭାରତ

ଟୋକିଓ: ଟୋକିଓ ଅଲମ୍ପିକରେ ଭାରତୀୟ ହକି ଟିମ ଐତିହାସିକ ବ୍ରୋଞ୍ଜ ପଦକ ଜିତିବା ପରେ କୋଟିକୋଟି ହକିପ୍ରେମୀଙ୍କ ସ୍ବପ୍ନ ପୂରଣ ହୋଇଛି । କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଜର୍ମାନୀକୁ ୫-୪ରେ ହରାଇ ୪୧ ବର୍ଷର ଅଲମ୍ପିକ ହକି ପଦକ ମରୁଡିକୁ ଶେଷ କରିଛି ମେନ ଇନ୍‌ ବ୍ଲୁ । ଏହି ବିଜୟ ସହିତ ଖେଳର ଆଧ୍ୟାତ୍ମିକ ଘର ଭାବେ ପରିଗଣିତ ଦେଶରେ କ୍ରୀଡ଼ାର ଭାଗ୍ୟକୁ ପୁନର୍ଜୀବିତ କରିବ ବୋଲି ଆଶା ରହିଛି ।

ମ୍ୟାଚର ଗୋଟିଏ ସମୟରେ ୧-୩ରେ ପଛୁଆ ଥିବା ଭାରତ ଅବିଶ୍ବସନୀୟ ପ୍ରଦର୍ଶନ ସହ ମାତ୍ର ୪ ମିନିଟ ସମୟ ବ୍ୟବଧାନରେ ୪ଟି ଗୋଲ୍‌ କରିଥିଲା । ବିଶ୍ବ ହକିକୁ ସ୍ମରଣ ସମୟରେ ହକିପ୍ରେମୀ ଏହି ଚମତ୍କାର ମ୍ୟାଚ ବିଜୟର ସ୍ମୃତିକୁ ନିଶ୍ଚୟ ମନେପକାଇବେ ।

ଭାରତ ଶେଷଥର ବର୍ଷ ୧୯୮୦ରେ ମସ୍କୋ ଅଲମ୍ପିକରେ ପଦକ ଜିତିଥିଲା, ଯାହା ଥିଲା ସ୍ବର୍ଣ୍ଣ । ମନପ୍ରୀତ ସିଂହଙ୍କ ଟିମ ୪ ଦଶନ୍ଧିର ନିରାଶକୁ ପାର କରିବା ସହ ବିଜୟର ହକଦାର ବ୍ରୋଞ୍ଜ ପଦକ ହାସଲ କରି ଇତିହାସ ରଚିପାରିଛି । ଫଳରେ ଏହାକୁ ମିଶାଇ ଅଲମ୍ପିକ ଖେଳର ହକି ପ୍ରତିଯୋଗିତାରେ ଭାରତ ଖାତାରେ ୧୨ଟି ପଦକ ହୋଇଛି । ୮ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ଭାରତ ନାମରେ ରହିଛି । ଯାହାଦ୍ବାରା ଅଲମ୍ପିକ ହକି ପଦକ ସଂଖ୍ୟାରେ ଜର୍ମାନୀକୁ ପଛରେ ପକାଇଛି ଭାରତ । ଜର୍ମାନୀ ଏଯାବତ ୪ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ସହିତ ମୋଟ ୧୧ଟି ପଏଣ୍ଟ ଜିତିଛି ।

ଗୋଟିଏ ରୌପ୍ୟ ଓ ୩ଟି ବ୍ରୋଞ୍ଜ ପରେ ଏହା ଚଳିତ ଟୋକିଓ ଅଲମ୍ପିକରେ ଭାରତର ଚତୁର୍ଥ ପଦକ । ଭାରୋତ୍ତୋଳନକାରୀ ସୈଖମ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବାବେଳେ, ସର୍ଟଲର ପିଭି ସିନ୍ଧୁ ଓ ବକ୍ସର ଲଭଲିନା ବୋର୍ଗହେନ ବ୍ରୋଞ୍ଜ ବିଜୟିନୀ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details