ଓଡିଶା

odisha

ETV Bharat / sports

ଆଜଲାନ ଶାହ କପ: ଭାରତର ବିଜୟ ଧାରାରେ ଲାଗିଲା ବ୍ରେକ, ଫାଇନାଲରେ ପରାସ୍ତ - Sultan Azlan Shah Cup

ଆଜଲାନ ଶାହ କପ ଫାଇନାଲରେ ସୁଟଆଉଟ ରାଉଣ୍ଡରେ ଦକ୍ଷିଣ କୋରିଆଠାରୁ ୨-୪ରେ ହାରି ରନର୍ସଅପ୍ ହୋଇଛି ଭାରତ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @hockeyindia

By

Published : Mar 30, 2019, 11:35 PM IST

ଇପୋ (ମାଲେସିୟା): ଲାଗିଲା ବିଜୟ ଧାରାରରେ ବ୍ରେକ । ସେ ପୁଣି ଫାଇନାଲରେ । ଲଗାତାର ବିଜୟ ବାନା ଉଡାଇ ଆସୁଥିବା ଭାରତୀୟ ଦଳ ଶେଷ ମୋଡରେ ଆସି ପରାଜୟର ସ୍ବାଦ ଚାଖିଛି । ଶନିବାର ଆଜଲାନ ଶାହ କପ ଫାଇନାଲରେ ସୁଟଆଉଟ ରାଉଣ୍ଡରେ ଦକ୍ଷିଣ କୋରିଆଠାରୁ ୨-୪ରେ ହାରି ରନର୍ସଅପ୍ ହୋଇଛି ଭାରତ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @hockeyindia

ତେବେ ଆଜି ଖେଳାଯାଇଥିବା ଫାଇନାଲ ମୁକାବିଲା ଖୁବ ରୋମାଞ୍ଚକର । 5ଥର ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ଭାରତ ବିପକ୍ଷ କୋରିଆ ସହ ଗୋଲ ବରାବର କରି ସୁଟଆଉଟ ରାଉଣ୍ଡକୁ ଟାଣି ହୋଇଯାଇଥିଲା । ଆଉ ସୁଟଆଉଟ ରାଉଣ୍ଡରେ 2ଟି ସୁଯୋଗର ହାତ ଛଡା କରି ଶେଷରେ ବିଜେତା ହେବାର ଭାଗ୍ୟ ହରାଇ ବସିଛି । ଅନ୍ୟପକ୍ଷରେ କୋରିଆ ୯ ବର୍ଷ ପରେ ଏଠାରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି।

ତେବେ ପ୍ରଥମ କ୍ୱାର୍ଟରରେ ଭାରତ ଗୋଟିଏ ଗୋଲ ଦେଇ ୧-୦ର ଅଗ୍ରଣୀ ହାସଲ କରିଥିଲା। ମ୍ୟାଚର ନବମ ମିନିଟରେ ସିମରନଜିତ ସିଂହ ଫିଲ୍ଡ ଗୋଲ ଦ୍ୱାରା ଭାରତକୁ ଏହି ସଫଳତା ଦେଇଥିଲେ । ଭାରତ ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଏହି ଅଗ୍ରଣୀ ବଜାୟ ରଖିଥିଲା । ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ କୋରିଆ ଗୋଲ ପରିଶୋଧ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା। କୋରିଆର ଜାଙ୍ଗ ଜଙ୍ଗ-ହ୍ୟୁନ୍ ୪୭ତମ ମିନିଟରେ ଏହି ଗୋଲଟି ଦେଇଥିଲେ। ଶେଷରେ ମ୍ୟାଚ 1-1ରେ ଡ୍ର୍ ହୋଇଯାଇଥିଲା । ପରେ ସୁଟଆଉଟ ରାଉଣ୍ଡ ଖେଳାଯାଇଥିଲା ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ @hockeyindia

ସୁଟଆଉଟରେ କୋରିଆ ପକ୍ଷରୁ ଜି ଉ-ଚିଅନ୍, ଲି ଜଙ୍ଗ-ଜୁନ୍, ଜଙ୍ଗ ମାନ୍-ଜାଇ ଓ ଲି ନାମ-ୟଙ୍ଗ ଗୋଲ ସ୍କୋର କରିଥିବା ବେଳେ ଭାରତ ପକ୍ଷରୁ ବୀରେନ୍ଦ୍ର ଲାକ୍ରା ଓ ବରୁନ୍ କୁମାର ଗୋଲ ଦେଇଥିଲେ। ତେବେ ଭାରତର ସୁମିତ ଓ ସୁମିତ୍ କୁମାର ଗୋଲ ଦେବାରେ ବିଫଳ ହୋଇଥିଲା, ଯାହା ଦଳ ପାଇଁ ମହଙ୍ଗା ପଡ଼ିଥିଲା।

ABOUT THE AUTHOR

...view details