ଓଡିଶା

odisha

ETV Bharat / sports

ମନଦୀପଙ୍କ ହ୍ୟାଟ୍ରିକ: ଫାଇନାଲରେ ଅପରାଜେୟ ଭାରତ - ଭାରତ ବିଜୟୀ

କାନାଡା ବିପକ୍ଷ ମ୍ୟାଚରେ ଭାରତ ପକ୍ଷରୁ ବରୁଣ କୁମାର 12 ତମ ମିନିଟ୍‌ରେ ପ୍ରଥମ ଗୋଲ କରିଥିଲେ । ପରେ ଆରମ୍ଭ ହୋଇଥିଲା ମନଦୀପ ଶୋ । ୨୦, ୨୭ ଓ ୨୯ ମିନିଟରେ ଲଗାତାର ୩ଟି ଗୋଲ କରି ସେ ହ୍ୟାଟ୍ରିକ ଅର୍ଜନ କରିଥିଲେ ।

ଫାଇଲ ଫଟୋ

By

Published : Mar 28, 2019, 3:03 PM IST

ମାଲେସିଆ: ଇଫୋରେ ଚାଲିଥିବା ୨୮ ତମ ସୁଲତାନ ଆଜଲାନ ଶାହ କପ ହକିରେ ଭାରତ ଫାଇନାଲରେ ସ୍ଥାନ ପକ୍କା କରିଛି । ଟୁର୍ଣ୍ଣାମେଣ୍ଟରେ ତୃତୀୟ ବିଜୟ ସହ ଭାରତ ଫାଇନାଲରେ ପ୍ରବେଶ କରିଛି । ଏହାସହିତ ୪ଟି ମ୍ୟାଚରୁ ଭାରତ ୩ଟି ବିଜୟ ଓ ଗୋଟିଏ ଡ୍ର ସହ ସର୍ବାଧିକ ୧୦ ପଏଣ୍ଟ ପାଇ ଅପରାଜେୟ ରହିଛି ।

ପ୍ରଥମ ମ୍ୟାଚରେ ଜାପାନକୁ ୨-୦ ଗୋଲରେ ପରାସ୍ତ କରିଥିବା ଭାରତ ଦ୍ବିତୀୟ ମ୍ୟାଚକୁ କୋରିଆ ସହ ୧-୧ରେ ଡ୍ର ରଖିଥିଲା । ପରବର୍ତ୍ତୀ ମ୍ୟାଚରେ ଆୟୋଜକ ମା‌ଲେସିଆକୁ ୪-୨ରେ ପରାସ୍ତ କରିଥିବା ଭାରତ ବୁଧବାର ଚତୁର୍ଥ ମ୍ୟାଚରେ କାନାଡା ବିରୋଧରେ ବିପୁଳ ବିଜୟ ହାସଲ କରିଥିଲା ।

ମନଦୀପ୍‌ ସିଂହଙ୍କ ହ୍ୟାଟ୍ରିକ ବଳରେ ଭାରତ କାନାଡାକୁ 7-3 ଗୋଲରେ ପରାସ୍ତ କରିଛି । ୨୯ ତାରିଖରେ ଭାରତ ପରବର୍ତ୍ତୀ ମ୍ୟାଚ ପୋଲାଣ୍ଡ ସହ ଖେଳିବ । ତେବେ ଏହା କେବଳ ଔପଚାରିକ ହୋଇ ରହିଯାଇଛି । ଭାରତ ସହ ସମାନ ୧୦ ପଏଣ୍ଟ ପାଇ ଦକ୍ଷିଣ କୋରିଆ ଦ୍ବିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ।

କାନାଡା ବିପକ୍ଷ ମ୍ୟାଚରେ ଭାରତ ପକ୍ଷରୁ ବରୁଣ କୁମାର 12 ତମ ମିନିଟ୍‌ରେ ପ୍ରଥମ ଗୋଲ କରିଥିଲେ । ପରେ ଆରମ୍ଭ ହୋଇଥିଲା ମନଦୀପ ଶୋ । ୨୦, ୨୭ ଓ ୨୯ ମିନିଟରେ ଲଗାତାର ୩ଟି ଗୋଲ କରି ସେ ହ୍ୟାଟ୍ରିକ ଅର୍ଜନ କରିଥିଲେ । ଏହାସହିତ ମଧ୍ୟାନ୍ତର ଶେଷ ସୁଦ୍ଧା ଭାରତ ୪-୦ର ଅଗ୍ରଣୀ ହୋଇଥିଲା ।

ଏହାପରେ ଓଡିଆ ଖେଳାଳି ଅମିତ ରୋହିଦାସ ପେନାଲଟି କର୍ଣ୍ଣରରୁ ୩୯ ତମ ମିନିଟ୍‌ରେ ଭାରତ ପାଇଁ 5ମ ଗୋଲ ଦେଇଥିଲେ । ଖେଳ ଶେଷ ସମୟରେ ବିବେକ ସାଗର ପ୍ରସାଦ (୫୫ ତମ ମିନିଟ୍‌) ଏବଂ ନୀଳକଣ୍ଠ ଶର୍ମା (୫୮ ତମ ମିନିଟ୍‌) ଆଉ 2ଟି ଗୋଲ ଦେଇ ଦଳକୁ ୭-୩ ବ୍ୟବଧାନରେ ବିଜୟୀ କରିଥିଲେ । କାନାଡା ପକ୍ଷରୁ ମାର୍କ ପିଅରସନ (୩୫ ତମ ମିନିଟ୍‌), ଫିନ୍‌ ବୁଥରୋୟଡ୍‌ (୫୦ ତମ ମିନିଟ୍‌) ଏବଂ ଜେମ୍ସ ୱାଲେସ୍‌ (୫୭ ତମ ମିନିଟ୍‌) 3ଟି ଗୋଲ ଦେଇଥିଲେ ମଧ୍ୟ ଦଳକୁ ପରାଜୟରୁ ବଞ୍ଚାଇପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details