ଓଡିଶା

odisha

ETV Bharat / sports

କଳିଙ୍ଗରେ ଅଲମ୍ପିକ ହକି କ୍ବାଲିଫାୟାର: ବିଜୟ ନେଇ ଆଶଙ୍କାରେ ସୁନୀଲ - ଟୋକିଓ ଅଲମ୍ପିକ୍ସ ଟିକେଟ

2020 ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇବା ପାଇଁ କଡ୍ଡା ଟକ୍କର ହେବ କହିଛନ୍ତି ଭାରତୀୟ ହକି ଦଳର ଷ୍ଟାର ଖେଳାଳି ସୁନୀଲ ସିଭି ।

ସୁନୀଲ ସିଭି

By

Published : Oct 24, 2019, 8:12 PM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଠାରୁ ଆରମ୍ଭ ହେବ ହକି ଅଲମ୍ପିକ କ୍ବାଲିଫାୟର ମ୍ୟାଚ । 2020 ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇବା ପାଇଁ ହେବ କଡ୍ଡା ଟକ୍କର । ଭାରତୀୟ ଦଳ ନଭେମ୍ବର 1 ଓ 2 ତାରିଖରେ ଋଷ ବିପକ୍ଷରେ ଲଢେଇ କରିବ ।

ଫଟୋ ସୌଜନ୍ୟ: twitter@TheHockeyIndia

ତେବେ ଭାରତୀୟ ହକି ଦଳର ଷ୍ଟାର ଖେଳାଳି ସୁନୀଲ ସିଭି ଭାରତର ବିଜୟ ନେଇ ଆଶଙ୍କା ରହିଥିବା କହିଛନ୍ତି । ଏଥିସହିତ କିଏ ବିଜେତା ହେବ କହିବା କଷ୍ଟକର ବୋଲି ମଧ୍ୟ କହିଛନ୍ତି । ସୁନୀଲ କହିଛନ୍ତି କିଛି ବି ହୋଇପାରେ । କୌଣସି ବି ଟିମ ବିଜୟ ପାଇଁ ସକ୍ଷମ । ପୂର୍ବରୁ ଏହାର ଅନେକ ନଜିର ରହିଛି । ପୂର୍ବବର୍ଷ ବିଶ୍ବକପରେ ଫ୍ରାନ୍ସ , ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ସେଥିପାଇଁ ଭାରତକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ।


ଏପଟେ ପାକିସ୍ତାନ-ନେଦରଲାଣ୍ଡ, ସ୍ପେନ-ଫ୍ରାନ୍ସ ଓ କାନାଡା-ଆୟରଲାଣ୍ଡ ମଧ୍ୟରେ ଲଢେଇ ହେବ ।

ABOUT THE AUTHOR

...view details