ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଟିମ କ୍ୟାପଟେମନ ରାନୀଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ଏନେଇ ରାନୀ ଖୁସିବ୍ୟକ୍ତ କରିବା ସହ, ଗର୍ବର ବିଷୟ ବୋଲି କହିଛନ୍ତି । ଏଥିସହିତ ଏକ ଭାବୁକପୂର୍ଣ୍ଣ ଟ୍ବିଟରେ ରାନୀ ହକି ଟିମ, ସପୋର୍ଟ ଷ୍ଟାଫ, କୋଚ, କେନ୍ଦ୍ର କ୍ରୀଡାମନ୍ତ୍ରୀ, ପରିବାର ଓ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଭାରତୀୟ ହକି ରାନୀଙ୍କୁ ପଦ୍ମଶ୍ରୀ ସମ୍ମାନ, ଟ୍ବିଟକରି ଜଣାଇଲେ କୃତଜ୍ଞତା - ମହିଳା ହକି ଟିମ କ୍ୟାପଟେନ ରାନୀ
ଭାରତୀୟ ମହିଳା ହକି ଟିମ କ୍ୟାପଟେନ ରାନୀଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ଏନେଇ ରାନୀ ଖୁସିବ୍ୟକ୍ତ କରିବା ସହ ଟିମ, ସପୋର୍ଟ ଷ୍ଟାଫ, କୋଚ, କେନ୍ଦ୍ର କ୍ରୀଡାମନ୍ତ୍ରୀ, ପରିବାର ଓ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାବୁକ ପୂର୍ଣ୍ଣ ଟ୍ବିଟ କରିଛନ୍ତି ।
ରାନୀଙ୍କୁ ପଦ୍ମଶ୍ରୀ ସମ୍ମାନ
25 ବର୍ଷିୟା ରାନୀ ଦେଶ ପାଇଁ 200ରୁ ଅଧିକ ମ୍ୟାଚ ଖେଳିସାରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ହକି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତର ଅଲମ୍ପିକ ଟିକେଟ ନେଇ ଆଶଙ୍କା ଦେଖାଦେଇଥିଲା । ତେବେ ମ୍ୟାଚର ଶେଷ ମୁହୂର୍ତ୍ତରେ କ୍ୟାପଟେନ ରାନୀ ଗୋଲ କରିଥିଲେ । ଫଳରେ ମହିଳା ହକି ଦଳ ଅଲମ୍ପିକ ଟିକେଟ ହାସଲ କରିଥିଲା ।