ବେଙ୍ଗାଲୁରୁ: ଭାରତୀୟ ଜୁନିୟର ମହିଳା ହକି ଟିମର ଡିଫେଣ୍ଡର ଗଗନଦୀପ କୌର । ତାଙ୍କର ଲକ୍ଷ୍ୟ ସିନିୟର ଭାରତୀୟ ହକି ଦଳରେ ସାମିଲ ହେବା । ସେ ଜୁନିୟର ମହିଳା ଏସିଆ କପ ପାଇଁ ଅଭ୍ୟାସ କରୁଛନ୍ତି । ଏହି ମୁକାବିଲା 11ରୁ 17 ଏପ୍ରିଲ ମଧ୍ୟରେ ହେବ ।
ଗଗନଦୀପ ନିଜର ଲକ୍ଷ୍ୟକୁ କହିଛନ୍ତି ଯେ, ମୋର ଟ୍ରେନିଙ୍ଗରେ 100 ପ୍ରତିଶତ ଦେଇଛି । ଦିନକପ ଦିନ ଖେଳରେ ସୁଧାର ଆଣୁଛି । ମୋର ଆଶା ଜୁନିୟର ଟିମରେ ମୋର ଯାତ୍ରା ସମାପ୍ତ ହେବା ପୂର୍ବରୁ ମୋର ଚୟନ ସିନିୟର ଦଳରେ ହେବ ।