ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଆଜି ହକି ପ୍ରୋ-ଲିଗ ଲଢେଇ । ଦମଦାର ଫର୍ମରେ ଥିବା ହକି ଟିମ ଇଣ୍ଡିଆକୁ ଭେଟିବ ଶକ୍ତିଶାଳୀ ବେଲଜିୟମ । କଳିଙ୍ଗ ଷ୍ଟାଡିୟମରେ ପ୍ରତିଟି ଗୋଲରେ ଝୁମିବେ ଓଡିଶା ହକି ପ୍ରେମୀ ।
ହକି ପ୍ରୋ-ଲିଗ: କମ୍ପିବ କଳିଙ୍ଗ, ଭାରତ-ବେଲଜିୟମ ଲଢେଇ - Belgium India Hockey Pro League
କଳିଙ୍ଗ ଷ୍ଟାଡିୟମରେ ଆଜି ହକି ପ୍ରୋ-ଲିଗ ଲଢେଇ । ଦମଦାର ଫର୍ମରେ ଥିବା ହକି ଟିମ ଇଣ୍ଡିଆକୁ ଭେଟିବ ଶକ୍ତିଶାଳୀ ବେଲଜିୟମ । କଳିଙ୍ଗ ଷ୍ଟାଡିୟମରେ ପ୍ରତିଟି ଗୋଲରେ ଝୁମିବେ ଓଡିଶା ହକି ପ୍ରେମୀ ।

ଭାରତ-ବେଲଜିୟମ ଲଢେଇ
ବିଶ୍ବ ହକି ମାନ୍ୟତାରେ ନଂ1 ସ୍ଥାନରେ ରହିଛି ବେଲଜିୟମ । 2018 ହକି ବିଶ୍ବକପ ଚମ୍ପିଆନ ହୋଇଥିଲା ରେଡ ଲାୟନ ବେଲଜିୟମ । ଏଥିସହିତ FIH ହକି ପ୍ରୋ-ଲିଗର ପ୍ରଥମ ସଂସ୍କରଣରେ ରନର୍ସଅପ ହୋଇଥିଲା ବେଲଜିୟମ ।
ଏହି ଦୃଷ୍ଟିରୁ କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବା ନେଇ ଆଶା କରାଯାଉଛି । ତେବେ ମନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତୀୟ ହକି ଦଳ ଆକ୍ରମଣାତ୍ମକ କ୍ରିକେଟ ଖେଳିଛନ୍ତି । ଫଳରେ ବିଜୟ ଅଭିଯାନ ଜାରି ରଖିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ ।