ଭୁବନେଶ୍ବର: ଶେଷଥର ପାଇଁ 2016ରେ କଙ୍ଗାରୁ ବାହିନୀକୁ ମାତ୍ ଦେଇଥିଲା ଭାରତୀୟ ହକି ଦଳ । ମାତ୍ର ଏହାପରଠୁ ଖେଳାଯାଇଥିବା 8ଟି ମ୍ୟାଚରେ କଙ୍ଗାରୁ ଠାରୁ ପରାସ୍ତ ହୋଇଛି ମନପ୍ରୀତଙ୍କ ଦଳ । ଯେଉଁଠି ଗୋଟିଏ ମ୍ୟାଚ ଡ୍ର ରହିଛି । ତେବେ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚଳିତ ହକି ପ୍ରୋ ଲିଗରେ ଭେଟିବ ଭାରତୀୟ ଦଳ । ଫଳରେ ଘରୋଇ ପରିବେଶରେ କଙ୍ଗାରୁ ଦଳ ବିପକ୍ଷରେ ପରାଜୟ ଧାରାକୁ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ମନପ୍ରୀତ ବାହିନୀ ।
ପ୍ରୋ ହକି ଲିଗ; ପରାଜୟ ଧାରା ଭାଙ୍ଗିବା ଲକ୍ଷ୍ୟରେ ଭାରତ - Aussie jinx
ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚଳିତ ହକି ପ୍ରୋ ଲିଗରେ ଭେଟିବ ଭାରତୀୟ ଦଳ । ଫଳରେ ଘରୋଇ ପରିବେଶରେ କଙ୍ଗାରୁ ଦଳ ବିପକ୍ଷରେ ପରାଜୟ ଧାରାକୁ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ମନପ୍ରୀତ ବାହିନୀ ।
ବିଗତ କିଛି ବର୍ଷ ହେବ ସନ୍ତୁଳିତ ପ୍ରଦର୍ଶନ ସହ ଭାରତୀୟ ହକି ଦଳ ଆଗକୁ ବଢି ଚାଲିଛି । କୋଚ୍ ରିଡ୍ଙ୍କ ପ୍ରଶିକ୍ଷଣରେ ଭାରତ ଚଳିତ ଲିଗ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି । ପ୍ରଥମ ରାଉଣ୍ଡ ମ୍ୟାଚରେ ନେଦରଲ୍ୟାଣ୍ଡକୁ ଦୁଇଥର ପରାସ୍ତ କରିବା ପରେ ବିଶ୍ବବିଜୟୀ ବେଲଜିୟମକୁ ଗୋଟିଏ ମ୍ୟାଚରେ ପରାସ୍ତ କରିଛି । ମାତ୍ର 2ୟ ମ୍ୟାଚରେ ପରାଜୟର ସ୍ବାଦ ଚାଖିଛି । ତେବେ 3ଟି ବିଜୟ ଓ ଗୋଟିଏ ପରାଜୟ ସହ 8 ପଏଣ୍ଟ ପାଇ ପଏଣ୍ଟ ତାଲିକାର 3ୟ ସ୍ଥାନରେ ରହିଛି ଦଳ । ଅନ୍ୟପଟେ ଅଷ୍ଟ୍ରେଲିଆ 4ଟି ମ୍ୟାଚ ଖେଳି 2ଟି ବିଜୟ ଓ 2ଟି ପରାଜୟ ସହ ତାଲିକାର 5ମ ସ୍ଥାନରେ ରହିଛି ।
ବେଲଜିୟମଠାରୁ ଦୁଇଟି ଯାକ ମ୍ୟାଚରେ କଙ୍ଗାରୁ ଦଳ ପରାଜୟ ଦେଖିଥିବା ବେଳେ ଭାରତ ଗୋଟିଏ ମ୍ୟାଚରେ ବିଜୟ ଓ ଅନ୍ୟମ୍ୟାଚରେ ସୁଟଆଉଟ୍ରେ ପରାଜୟ ହୋଇଛି । ତେଣୁ ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ମାତ୍ ଦେବାରେ କ୍ଷମତା ରଖିଛି ।