ଓଡିଶା

odisha

ETV Bharat / sports

କୋରୋନା ଟିକାର ପ୍ରଥମ ଡୋଜ୍‌ ନେଲା ହକି ଟିମ ଇଣ୍ଡିଆ - ହକି ଖେଳାଳି କୋରୋନା ଟିକା

ଅଲମ୍ପିକ୍ସ ଖେଳିବାକୁ ଥିବା ଭାରତୀୟ ପୁରୁଷ ଓ ମହିଳା ହକି ଟିମ ଖେଳାଳି ନେଲେ କୋରୋନା ଟିକାର ପ୍ରଥମ ଡୋଜ୍‌ । ଅଧିକ ପଢନ୍ତୁ...

Hockey players get first jab of Covid-19 vaccines
କୋରୋନା ଟିକାର ପ୍ରଥମ ଡୋଜ୍‌ ନେଲା ହକି ଟିମ ଇଣ୍ଡିଆ

By

Published : Apr 29, 2021, 7:01 PM IST

ନୂଆଦିଲ୍ଲୀ: ଅଲମ୍ପିକ୍ସ ଖେଳିବାକୁ ଥିବା ଭାରତୀୟ ପୁରୁଷ ଓ ମହିଳା ହକି ଟିମ ଖେଳାଳି ନେଲେ କୋରୋନା ଟିକାର ପ୍ରଥମ ଡୋଜ୍‌ । ବର୍ତ୍ତମାନ ଖେଳାଳିମାନେ ସ୍ପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ(SAI) ସେଣ୍ଟର ବେଙ୍ଗାଲୁରୁରେ ଅଭ୍ୟାସ ଚଳାଇଛନ୍ତି ।

ଟୋକିଓ ଅଲମ୍ପିକ୍ସ ଜୁଲାଇ 23ରୁ ଆରମ୍ଭ ହେବାନେଇ ସୂଚୀ ରହିଛି । ଏହା ପୂର୍ବରୁ ଅଲମ୍ପିକ୍ସ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ପ୍ରାଥମିକତା ଆଧାରରେ ଟିକା ମିଳିବା ନେଇ ଚର୍ଚ୍ଚା ଲାଗି ରହିଥିଲା ।

ତେବେ ଗୁରୁବାର ବେଙ୍ଗାଲୁରୁରେ ଖେଳାଳିମାନେ କୋରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା ସାଇ ବେଙ୍ଗାଲୁରୁର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଗତ ସପ୍ତାହରେ ଅନ୍ୟ ଆଥଲେଟ୍‌ ଓ ଜାତୀୟ କୋଚ୍‌ରେ ଥିବା ସହଯୋଗୀ କୋଚ ମଧ୍ୟ ପ୍ରଥମ ଡୋଜ୍‌ ଟିକା ନେଇଥିଲେ ।

ତେବେ ଭାରତୀୟ ଅଲମ୍ପିକ ଆସୋସିଏସନ(IOA) କିମ୍ବା କ୍ରୀଡା ମନ୍ତ୍ରଣାଳୟ ଟିକାକରଣର ତାରିଖ ଓ ସମୟ ନେଇ ଔପଚାରିକ ଘୋଷଣା କରିନାହାଁନ୍ତି ।

ଗତ ସପ୍ତାହରେ ମହିଳା ହକି ଟିମର କ୍ୟାପଟେନ ରାନୀ ରାମପାଲ୍‌ଙ୍କ ସମେତ 7ଜଣ ହକି ଖେଳାଳି ବେଙ୍ଗାଲୁରୁ ନ୍ୟାସନାଲ କ୍ୟାମ୍ପ୍‌ରେ ପହଞ୍ଚିବା ପରେ ପରେ, କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ । ସମସ୍ତ ଖେଳାଳି ବିନା ଲକ୍ଷଣଯୁକ୍ତ ଥିଲେ ଓ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି ।

ଅନ୍ୟପଟେ ପୁରୁଷ ରୋଇଂ ଓ ପୁନେର ଆର୍ମୀ ସ୍ପୋର୍ଟ୍ସ ଅନୁଷ୍ଠାନର ମହିଳା ଖେଳାଳିଙ୍କ ସହ ରିକର୍ଭ ତୀରନ୍ଦାଜ ଟିମ ନିକଟରେ କୋଭିଡ-10 ଟିକାର ଦ୍ବିତୀୟ ଡୋଜ୍‌ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details