ଭୁବନେଶ୍ବର: ଆସନ୍ତା ନଭେମ୍ବର 1 ଓ 2 ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଯେଉଁଥିପାଇଁ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଘୋଷଣା କରାଯାଇଛି । 18 ଜଣିଆ ଭାରତୀୟ ମହିଳା ଦଳରେ ଓଡିଶାରୁ 3 ଜଣ ଖେଳାଳି ଦୀପ ଗ୍ରେସ ଏକ୍କା,ଲିଲିମା ମିଞ୍ଜ ଓ ନମିତା ଟପ୍ପୋ ସ୍ଥାନ ପାଇଛନ୍ତି । ସେପଟେ 18 ଜଣିଆ ଭାରତୀୟ ପୁରୁଷ ଦଳରେ ଅମିତ ରୋହିଦାସ ଜଣେ ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ଦଳର କୋଚ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ତେବେ ଭାରତୀୟ ପୁରୁଷ ଦଳର ଜଣେ ପ୍ରମୁଖ ସଦସ୍ୟ ଥିବା ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଏହି ତାଲିକାରେ ସ୍ଥାନ ପାଇ ନାହାନ୍ତି । ଏନେଇ ପ୍ରଶ୍ନ ହେବାରୁ କୋଚ ଗ୍ରାହମ ରେଡ଼ ଦଳ ଶ୍ରେଷ୍ଠ ଖେଳାଳିଙ୍କୁ ବାଛିଥିବା ପ୍ରକାଶ କରିଛନ୍ତି ।
ଏହା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ବୋଲି ଉଭୟ ଦଳର କୋଚ ଓ ଅଧିନାୟକ କହିଛନ୍ତି । ସବୁ ଟିମ ଅଲମ୍ପିକ ଟିକେଟ ହାସଲ ଲକ୍ଷ୍ୟରେ ରହିଛନ୍ତି । ସେଥିପାଇଁ ସମସ୍ତେ ଜୋରଦାର ପ୍ରସ୍ତୁତି ସହ ଏଠାକୁ ଆସିବେ । ଋଷ ଟିମ ସହି ଭାରତର ମ୍ୟାଚ ରହିଛି । ତେବେ କୌଣସି ଟିମକୁ ଭାରତ ହାଲୁକା ମନେ କରୁନାହିଁ ବୋଲି କହିଛନ୍ତି । ଅଲମ୍ପିକରେ ଭାଗନେବାକୁ ପ୍ରଥମେ ଏହି ମ୍ୟାଚ ବିଜୟ ଉପରେ ଫୋକସ କରିବାକୁ ହେବ ବୋଲି ପୁରୁଷ ଦଳର କ୍ୟାପଟେନ ମନପ୍ରୀତ ସିଂହ କହିଛନ୍ତି ।
ଭାରତୀୟ ମହିଳା ଦଳ
1-ସବିତା-ଉପ ଅଧିନାୟିକା
2-ରଜନୀ
3-ଦୀପ ଗ୍ରେସ ଏକ୍କା
4-ଗୁରଜିତ କୌର
5-ରୀନା ଖୋକର
6-ସଲିମା ଟେଟେ
7-ସୁଶୀଳା ଚାନୁ
8-ନିକି ପ୍ରଧାନ
9-ମୋନିକା
10-ନେହା ଗୋଏଲ
11-ଲିଲିମା ମିଞ୍ଜ
12-ନମିତା ଟପ୍ପୋ
13-ରାଣୀ-ଅଧିନାୟିକା
14-ବନ୍ଦନା କଟରିୟା
15-ନଭନୀତ କୌର
16-ଲାଲରେମିସିଆମୀ
17-ନଭଜୋତ କୌର
18-ଶର୍ମିଳା ଦେବୀ
କୋଚ-ଜୋର୍ଡ ମାରିଜନେ(sjoerd marijne)
ଭାରତୀୟ ପୁରୁଷ ହକି ଦଳ
1-ପି ଆର ଶ୍ରୀଜେଶ
2-କ୍ରିଷନ ବାହାଦୂର ପାଠକ
3-ହରମନପ୍ରୀତ ସିଂ
4-ବରୁଣ କୁମାର
5-ସୁରେନ୍ଦ୍ର କୁମାର
6-ଗୁରିନ୍ଦର ସିଂ
7-ରୂପିନ୍ଦର ପାଲ ସିଂ
8-ଅମିତ ରୋହିଦାସ
9-ମନପ୍ରିତ ସିଂ-ଅଧିନାୟକ
10-ନିଲକାନ୍ତ ଶର୍ମା
11-ହାର୍ଦିକ ସିଂ
12-ବିବେକ ସାଗର ପ୍ରସାଦ
13-ଲଳିତ କୁମାର ଉପାଧ୍ୟାୟ
14-ଏସ ଭି ସୁନୀଲ-ଉପ ଅଧିନାୟକ
15-ମନ୍ଦିପ ସିଂ
16-ଆକାଶଦୀପ ସିଂ
17-ରମଣଦୀପ ସିଂ
18-ସିମ୍ରନଜିତ ସିଂ
କୋଚ-ଗ୍ରାହମ ରେଡ଼
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ