ଓଡିଶା

odisha

Hockey Men's Junior WC: ଓଡିଶାରେ ପହଞ୍ଚିଲା ନେଦରଲାଣ୍ଡ ଟିମ୍

By

Published : Nov 17, 2021, 1:51 PM IST

Updated : Nov 17, 2021, 2:13 PM IST

ନଭେମ୍ବର ୨୪ରୁ କଳିଙ୍ଗ ଷ୍ଟାଡିୟମରେ ଜୁନିଅର ପୁରୁଷ ହକି ବିଶ୍ବକପ୍‌ ଅନୁଷ୍ଠିତ ହେବ । ଏନେଇ ବିଭିନ୍ନ ଦଳ ରାଜଧାନୀ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି । ଅଧିକ ପଢନ୍ତୁ

ଓଡିଶାରେ ପହଞ୍ଚିଲା ନେଦରରଲାଣ୍ଡ ଟିମ୍
ଓଡିଶାରେ ପହଞ୍ଚିଲା ନେଦରରଲାଣ୍ଡ ଟିମ୍

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି ଜୁନିଅର ପୁରୁଷ ହକି ବିଶ୍ବକପ । ଏ ନେଇ ବିଭିନ୍ନ ଦେଶର ଖେଳାଳି ଭବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ନେଦରଲାଣ୍ଡ ଟିମ ଭୁବନେଶ୍ବରରେ ପହଞ୍ଚିଛି ।

ଓଡିଶାରେ ପହଞ୍ଚିଲା ନେଦରଲାଣ୍ଡ ଟିମ୍

ଏହା ସହିତ ଆଉ ତିନୋଟି ଟିମ ଫ୍ରାନ୍ସ, ଆର୍ଜେଣ୍ଟିନା ଓ ମାଲେସିଆ ମଧ୍ୟ ଆଜି ଓଡିଶା ଆସିବେ। ଭବ୍ୟ ସ୍ବାଗତ ପରେ କଡା ସୁରକ୍ଷା ଭିତରେ ସେମାନଙ୍କୁ ହୋଟେଲକୁ ନିଆଯାଇଛି । ସେମାନଙ୍କ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ୧୬ଟି ଟିମ ପାଇଁ ୯ଟି ହୋଟେଲରେ ବ୍ୟବସ୍ଥା କରାଯାଇଛି । ଖେଳାଳିମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

ଗତକାଲି ପ୍ରଥମ ବିଦେଶୀ ଦଳ ଭାବେ ବେଲଜିୟମ ଟିମ ଭୁବନେଶ୍ବରରେ ପହଞ୍ଚିଥିଲା । ପୂର୍ବରୁ ଭାରତୀୟ ଟିମ ମଧ୍ୟ ଓଡିଶାରେ ପହଞ୍ଚି ସାରିଛି । ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରିବେ । ସମସ୍ତ ୧୬ଟି ଟିମକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି । ଆୟୋଜକ ଭାରତ ପୁଲ୍‌ ବି'ରେ ରହିଛି । ନଭେମ୍ବର ୨୪ରେ ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ ଭାରତ ଓ ଫ୍ରାନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ । ଫାଇନାଲ ମ୍ୟାଚ୍‌ ଡିସେମ୍ବର ୫ରେ ଖେଳା ଯିବା ନେଇ ସୂଚୀ ରହିଛି । ନଭେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁଲ୍‌ ପର୍ଯ୍ୟାୟ, ଡିସେମ୍ବର ୧ରେ କ୍ବାର୍ଟର-ଫାଇନାଲ, ଡିସେମ୍ବର ୩ରେ ସେମିଫାଇନାଲ ଓ ଡିସେମ୍ବର ୫ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

Last Updated : Nov 17, 2021, 2:13 PM IST

ABOUT THE AUTHOR

...view details