ଓଡିଶା

odisha

ETV Bharat / sports

ହୃଦଘାତରେ ପୀଡିତ ହକି କିମଦନ୍ତୀ ବଲବୀର ସିଂହ ସିନିୟର, ଅବସ୍ଥା ସଙ୍କଟାପନ୍ନ - ହୃଦଘାତରେ ପୀଡିତ ହକି କିମଦନ୍ତୀ ବଲବୀର ସିଂହ ସିନିୟର

ହକିରେ ତିନିଥର ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ତଥା କୀମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂହ ସିନିୟର ହୃଦଘାତରେ ପୀଡିତ ହୋଇଛନ୍ତି । ଅବସ୍ଥା ସଙ୍କଟାପନ୍ନ ଥିବା କହିଲେ ନାତି । ଅଧିକ ପଢ଼ନ୍ତୁ...

Hockey legend Balbir Singh Sr, Balbir Singh Sr suffers cardiac arrest, remains critical, ହୃଦଘାତରେ ପୀଡିତ ହକି କିମଦନ୍ତୀ ବଲବୀର ସିଂହ ସିନିୟର, ତିନିଥର ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା
ହୃଦଘାତରେ ପୀଡିତ ହକି କିମଦନ୍ତୀ ବଲବୀର ସିଂହ ସିନିୟର

By

Published : May 12, 2020, 7:34 PM IST

ଚଣ୍ଡୀଗଡ଼: ଭାରତର ମହାନ ହକି ଖେଳାଳି ଏବଂ ତିନିଥର ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ବଲବୀର ସିଂହ ସିନିୟର ମଙ୍ଗଳବାର ସକାଳେ ହୃଦଘାତରେ ପୀଡିତ ହୋଇଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳ ସେ ବର୍ତ୍ତମାନ ମୋହାଲୀର ଫୋର୍ଟିସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି ।

ତାଙ୍କ ଅବସ୍ଥା ସମ୍ପର୍କରେ, 96 ବର୍ଷୀୟ ଭେଟେରାନଙ୍କ ନାତି କବୀର ସିଂହ ଭୋମିୟା କହିଛନ୍ତି ଯେ, ‘‘ଅଜା ସକାଳ ନଅଟା ବେଳେ ହୃଦଘାତରେ ପୀଡିତ ହୋଇଥିଲେ । ତାଙ୍କୁ ବର୍ତ୍ତମାନ ମେଡିକାଲ ଆଇସିୟୁରେ ରଖାଯାଇଛି । ଏକାଧିକ ଅଙ୍ଗ ପ୍ରଭାବିତ ହେବା କାରଣରୁ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ଅବସ୍ଥା ପୁଣି ଗୁରୁତର ରହିଛି ।’’

ସେ କହିଛନ୍ତି, ‘‘ଆସନ୍ତା 24 ରୁ 48 ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରମାନେ ତାଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିବେ, ତାପରେ ହିଁ ତାଙ୍କ ଅବସ୍ଥା ସମ୍ପର୍କରେ କିଛି କୁହାଯାଇ ପାରିବ । ଏବେ ମଧ୍ୟ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।’’

ଶୁକ୍ରବାର ବଲବୀର ସିନିୟରଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସେକ୍ଟର-36 ରେ ଥିବା ତାଙ୍କ ବାସଭବନରୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା । ସେ ତାଙ୍କ ଝିଅ ସୁଶବୀର ଏବଂ କବୀରଙ୍କ ସହ ରୁହନ୍ତି । ଗୁରୁବାର ରାତିରେ ବଲବୀରଙ୍କୁ ଖୁବ ଜ୍ବର ହୋଇଥିଲା । ପ୍ରଥମେ ତାଙ୍କ ପରିବାର ତାଙ୍କୁ ଘରେ 'ସ୍ପଞ୍ଜ ବାଥ' ଦେଇଥିଲେ, କିନ୍ତୁ ତାଙ୍କ ଅବସ୍ଥା ସୁଧୁରି ନ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଗତ ବର୍ଷ ଜାନୁଆରୀରେ ଡାକ୍ତରଖାନାରେ 108 ଦିନ ରହିବା ପରେ ବଲବୀର PGIMER ରୁ ଡିସଚାର୍ଜ ହୋଇଥିଲେ । ସେ ଏହି ଡାକ୍ତରଖାନାରେ ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ ।

ସୂଚନା ଯୋଗ୍ୟ ଯେ, ସେ ଲଣ୍ଡନ (1948), ହେଲସିଙ୍କି (1952) ଏବଂ ମେଲବର୍ଣ୍ଣ (1956) ଅଲିମ୍ପିକ୍ସରେ ଭାରତକୁ ସ୍ବର୍ଣ୍ଣ ପଦକ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ହେଲସିଙ୍କି ଅଲିମ୍ପିକ୍ସରେ ନେଦରଲ୍ୟାଣ୍ଡ ବିପକ୍ଷରେ 6-1 ଗୋଲରେ ମିଳିଥିବା ବିଜୟରେ ସେ ପାଞ୍ଚଟି ଗୋଲ ସ୍କୋର କରିଥିଲେ । ଆଉ ସେହି ରେକର୍ଡ ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି । ସେ 1975 ବିଶ୍ବକପ ବିଜେତା ଭାରତୀୟ ହକି ଦଳର ମ୍ୟାନେଜର ମଧ୍ୟ ଥିଲେ ।

ABOUT THE AUTHOR

...view details