ନୂଆଦିଲ୍ଲୀ:ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା । ଏହାକୁ ନେଇ ହକି ଇଣ୍ଡିଆ ଟ୍ବିଟ୍ କରି ସୂଚନା ଦେବା ସହ ଶୁଭେଚ୍ଛା ଜଣାଇଛି । ଭାରତୀୟ ହକି ଦଳର ଉପ ଅଧିନାୟକ ଦାୟିତ୍ବରେ ଥିଲେ ବୀରେନ୍ଦ୍ର । ଏହାଛଡ଼ା ଟୋକିଓ ଅଲମ୍ପିକ୍ରେ କାଂସ୍ୟ ପଦକ ହାସଲ କରିଥିବା ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ ସୁନ୍ଦରଗଡ଼ ପୁଅ ବୀରେନ୍ଦ୍ର ।
ଭାରତ ପକ୍ଷରୁ ବୀରେନ୍ଦ୍ର ୨୦୧ଟି ମ୍ୟାଚ ଖେଳିଛନ୍ତି । ୨୦୧୨ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରି ଅନ୍ତର୍ଜାତୀୟ ହକି ଯାତ୍ରା ଆରମ୍ଭ କରିଥିଲେ ବିରେନ୍ଦ୍ର । ୨୦୧୨ ହକି ଚମ୍ପିଆନସିପ୍ର ସେମି ଫାଇନାଲ୍ରେ ଦମଦାର ଖେଳ ପ୍ରଦର୍ଶନ କରିଥିଲେ ବିରେନ୍ଦ୍ର । ଏହାସହ ସେ ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମଧ୍ୟ ଫ୍ରାନ୍ସ ବିପକ୍ଷରେ ଲଢ଼ୁଆ ଖେଳ ପ୍ରଦର୍ଶନ କରିତିଲେ । ୯ ବର୍ଷର ହକି କ୍ୟାରିଅରରେ ଅନେକ ସଫଳତା ହାସଲ କରିଛନ୍ତି ବୀରେନ୍ଦ୍ର ।